ମା ମଣିନାଗଙ୍କ ପୀଠରେ ଶାରଦୀୟ ଷୋଡଶ ଦିନାତ୍ମକ ପୂଜା।

ଶାରଦୀୟ ଷୋଡଶ ଦିନାତ୍ମକ ପୂଜାକୁ ନେଇ ଚଳଚଞ୍ଚଳ ମା ମଣିନାଗଙ୍କ ପୀଠ।


ରଣପୁର,୧୮।୦୯,(ଉତ୍କଳ ନ୍ୟୁଜ୍୭):ପାର୍ବଣର ଋତୁରେ ଚଳ ଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶକ୍ତିପୀଠ।ପ୍ରାଚୀନ ପ୍ରଧାନ ଅଷ୍ଟଶକ୍ତି ପୀଠ ମଧ୍ୟରୁ ନୟାଗଡ ଜିଲ୍ଲା ରଣପୁର ମଣିନାଗ ପର୍ବତ ପାଦଦେଶସ୍ଥ ମା ମଣିନାଗ ଦେବୀଙ୍କ ପୀଠ ଅନ୍ୟତମ  | ବିଶ୍ୱ କଲ୍ୟାଣ ନିମନ୍ତେ ମା ମଣିନାଗଙ୍କ ପୀଠରେ ଚଳିତ ମାସ ୧୭ ତାରିଖ ଠାରୁ ବୈଦିକ ରୀତିନୀତି ଅନୁଯାୟୀ ଶାରଦୀୟ ଦୁର୍ଗା ପୂଜା ଉତ୍ସବ ଅନୁଷ୍ଠିତ ହେଉଅଛି | ଏହି ଶାରଦୀୟ ଦୁର୍ଗା ପୂଜା ଆସନ୍ତା ମାସ ୪ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ବୋଲି ମା ମଣିନାଗ ଦୁର୍ଗା ମନ୍ଦିର ଟ୍ରଷ୍ଟ  ପକ୍ଷରୁ ସୂଚନା ମିଳିଛି  | ଟ୍ରଷ୍ଟ ପକ୍ଷରୁ ମିଳିଥିବା କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ମାସ ୧୮ ତାରିଖ ଦିନ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ ହୋଇଛି | ୧୮ ତାରିଖ ଠାରୁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଷଡାଙ୍ଗ ପୂଜା, ସୂର୍ଯ୍ୟ ପୂଜା, ବିଲ୍ଵ ପୂଜା, ପୀଠ ପୂଜା, ସପ୍ତଶତୀ ଚଣ୍ଡୀପୂଜା, ସମ୍ପୂର୍ଣ ଚଣ୍ଡୀରେ ଆହୂତି ସନ୍ଧ୍ୟା ଆଳତୀ, ଉପଚାର ପୂଜା, ପୁଷ୍ପାଞ୍ଜଳି ଓ ବାହ୍ୟ ବଳୀର କାର୍ଯ୍ୟସୂଚୀ ରହିଛି  | ଆସନ୍ତା ମାସ ୧ ତାରିଖ ଦିନ  ତପ ଷଷ୍ଠୀ, ବିଲ୍ଵବରଣ, ମହା ସପ୍ତମୀ ପୂଜା, ୨ ତାରିଖ ଦିନ ଦୁର୍ଗା ବ୍ରତ, ମହାଷ୍ଟମୀ ପୂଜା, ବିଲ୍ଵପତ୍ରାର୍ପଣ,  ୩ ତାରିଖ ଦିନ ମହା ନବମୀ ପୂଜା, ସନ୍ଧି ପୂଜା, ପୂର୍ଣ୍ଣାହୁତି ଏବଂ ୪ ତାରିଖ ଦିନ ପୀଠେ ଦଶହରା, ଅପରାଜିତା ପୂଜା ଓ ଘଟ ବିସର୍ଜନର କାର୍ଯ୍ୟସୂଚୀ ରହିଛି |  ଏହି ପୂଜା ଉତ୍ସବରେ ଡ଼ଃ ପ୍ରଶାନ୍ତ ମିଶ୍ର, ବନମାଳୀ ତ୍ରିପାଠୀ, ଲଳିତ କୁମାର ରଥ, ଅଜୟ କୁମାର ଦାଶ, ଜିତେନ୍ଦ୍ର ମହାପାତ୍ରଏବଂ କମିଟିର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି  |

Previous Post Next Post