ଅଜଣା ଗାଡି ଧକ୍କାରେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ।

utkalnews7
By
0

ଅଜଣା ଗାଡି ଧକ୍କାରେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ।


ଟାଙ୍ଗୀ,୧୦।୯,(ଉତ୍କଳ ନ୍ୟୁଜ୍୭):ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ହରିପୁର ଛକରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା।ଅଜଣା ଗାଡି ଧକ୍କା ଯୋଗୁଁ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ ହୋଇଛି। ମୃତକ ବ୍ୟାଙ୍କ ମ୍ୟାନେଜର ଜଣଙ୍କ ହେଉଛନ୍ତି ବାଣପୁରର ପ୍ରଫୁଲ୍ଲ ବାରିକ (୫୫) ବୋଲି ଜଣାପଡିଛି। ସେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର କୁହୁଡି ବ୍ରାଞ୍ଚ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ।ଗତକାଲି  ସଂଧ୍ୟ୍ୟାରେ କୁହୁଡିରୁ ବ୍ୟାଙ୍କ କାମ ସାରି ପ୍ରଫୁଲ୍ଲ ନିଜ ସ୍କୁଟି ଯୋଗେ ବାଣପୁର ଫେରୁଥିଲେ। ସ୍କୁଟିରେ ବାଣପୁର ଫେରୁଥିବା ବେଳେ ହରିପୁର ଛକରେ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ସଂକଟାପନ୍ନ ହେବାରୁ  ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିଲା। ହେଲେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ତାଙ୍କ ମୃତ ଦେହକୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପରିବାର ଲୋକେ ଫେରାଇ ଆଣିଥିଲେ। ଟାଙ୍ଗୀ ଥାନା ପୋଲିସ୍ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ମୃତ ଦେହ  ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ପଠାଇବା ବ୍ୟବସ୍ଥା କରୁଥିବା ଜଣା ପଡିଛି। ତେବେ ବାଣପୁରରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ଥିବାରୁ ଶବକୁ ଖୋର୍ଦ୍ଧା ନପଠାଇ ବାଣପୁର ମେଡିକାଲ ପଠେଇବା ପାଇଁ ପରିବାର ପକ୍ଷରୁ ଟାଙ୍ଗୀ ପୋଲିସକୁ ଅନୁରୋଧ କରାଯାଉଥିବାର ସୂଚନା ମିଳିଛି।

Post a Comment

0 Comments

Please Select Embedded Mode To show the Comment System.*