ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ଆରମ୍ଭ।

 


ପୁରୀ,୧୦।୦୯,(ଉତ୍କଳ ନ୍ୟୁଜ୍୭):ଆଜି ପବିତ୍ର ଭାଦ୍ରବ ପୂର୍ଣ୍ଣିମା ଅବସରରେ ବଡ଼ଦେଉଳରେ ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦ ବନ୍ଦାପନା ନୀତି ସମ୍ପନ୍ନ ହେବ । ସନ୍ଧ୍ୟାରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ । ଦକ୍ଷିଣି ଘରୁ ବିଜେ ହେବେ ଦୋଳଗୋବିନ୍ଦ । ଠାକୁରଙ୍କ ଆଜ୍ଞାମାଳ ପାଇବା ପରେ ସିଂହଦ୍ୱାର ସ୍ଥିତ ବଡ଼ଛତା ମଠ ପାଶ୍ୱର୍ରେ ଦୋଳଗୋବିନ୍ଦ ବିରାଜମାନ ହେବେ ।ବିମାନବଡ଼ୁମାନେ ଘଣ୍ଟଘଣ୍ଟା, କାହାଳୀ ସହ ପାଲିଙ୍କି ନେଇ ସିଂହଦ୍ୱାର ପାଶ୍ୱର୍ରେ ପହଞ୍ଚିବେ । ସେଠାରେ ଠାକୁରଙ୍କୁ ଶୀତଳ ଭୋଗ ଅର୍ପଣ କରାଯିବ । ଇନ୍ଦ୍ର, ଚନ୍ଦ୍ର, ଗୋବିନ୍ଦଙ୍କୁ ବନ୍ଦାପନା କରାଯିବ । ବନ୍ଦାପନା ପରେ ପ୍ରତିମାମାନେ ଦେଉଳକୁ ବାହୁଡ଼ା ବିଜେ କରିବେ । ହରଚଣ୍ଡୀ ସାହିରୁ ଇନ୍ଦ୍ର ହାତୀ ବାହାରିବେ। ଦୁଇଜଣ ବେଶଧାରୀ ଇନ୍ଦ୍ର ଓ ଚନ୍ଦ୍ର ରହିଥିବେ। ସେଠାରେ ଇନ୍ଦ୍ର ହାତୀ ପ୍ରସ୍ତାବ ହେବ ।

Previous Post Next Post