STF ଚଢ଼ାଉ ୭୨.୫ ମେଟ୍ରିକ ଟନ ଚୋରା କୋଇଲା ସହ ଗାଡ଼ି ଜବତ, ଜଣେ ଗିରଫ।

utkalnews7
By
0

STF ଚଢ଼ାଉ ୭୨.୫ ମେଟ୍ରିକ ଟନ ଚୋରା କୋଇଲା ସହ ଗାଡ଼ି ଜବତ।

 


ଭୁବନେଶ୍ଵର,୮।୯,(ଉତ୍କଳ ନ୍ୟୁଜ୍୭): ଏସଟିଏଫକୁ ମିଳିଲା ସଫଳତା। ଚୋରି ହୋଇଥିବା କୋଇଲା ବୋଝେଇ ଗାଡି ଉଦ୍ଧାର କରିବା ସହ ଜଣେ ବ୍ୟକ୍ତିଙ୍କୁ  ଗିରଫ କରିବାରେ ସଫଳ ହୋଇଛି ଏସଟିଏଫ। ସୂଚନାଯୋଗ୍ୟ ଯେ,ନୟାଗଡ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ବନମାଳିପୁର ଗ୍ରାମରେ ବହୁ ପରିମାଣରେ ଚୋରା କୋଇଲା ଗଚ୍ଛିତ ଥିବାର ଖବର ବିଶେଷ ସୂତ୍ରରୁ ପାଇଥିଲା ଏସଟିଏଫ ଟିମ୍। ସଙ୍ଗେ ସଙ୍ଗେ ସମ୍ପୃକ୍ତ ସ୍ଥାନରେ ଫତେଗଡ଼ ପୋଲିସର ସହଯୋଗରେ ଏସଟିଏଫ ଟିମ୍ ଚଢ଼ାଉ କରିଥିଲା।ଚଢ଼ାଉ ବେଳେ ସମୁଦାୟ ୭୨.୫ ମେଟ୍ରିକ ଟନ ଚୋରା କୋଇଲା ଏବଂ ଦୁଇ ଗୋଟି କୋଇଲା ବୋଝେଇ ଗାଡ଼ି ଜବତ ହୋଇଥିବା ବେଳେ ଉକ୍ତ ଗ୍ରାମର ଉମାକାନ୍ତ ସାହୁ ନାମକ ଅଭିଯୁକ୍ତଙ୍କୁ ଏସଟିଏଫ ଗିରଫ କରିଛି।ଏହି ପରିପ୍ରେକ୍ଷୀରେ ଫତେଗଡ଼ ଥାନାରେ କେସ ନମ୍ବର ୧୭୩/୨୨ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବାର ଏସଟିଏଫ ଅଧିକାରୀ ସୂଚନା ଦେଇଛି।

Post a Comment

0 Comments

Please Select Embedded Mode To show the Comment System.*