୧୫୩ ଗ୍ରାମ ଧଳାଜହର ଜବତ, ଜଣେ ଗିରଫ।

utkalnews7
By
0

୧୫୩ ଗ୍ରାମ ଧଳାଜହର ଜବତ, ଜଣେ ଗିରଫ।


ପୁରୀ,୨୪।୯,(ଉତ୍କଳ ନ୍ୟୁଜ୍୭):ଦିନକୁ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାୟା ବିସ୍ତାର କରୁଛି ଧଳାଜହର।ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ  ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାଡ଼ର ନିରୀକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ଡେଲାଙ୍ଗ ଥାନା ଅଧୀନ ବେରାବୋଇରେ ଆଜି ଚଢ଼ାଉ କରିଛି।  ବେରାବୋଇର   ରାଜକିଶୋର ବେହେରାଙ୍କ ଠାରୁ ୧୫୩ ଗ୍ରାମ ବ୍ରାଉନ ସୁଗାର ଜବତ   କରିଛି। ରାଜକିଶୋରଙ୍କୁ ଗିରଫ କରି  କୋର୍ଟ ଚାଲାଣ କରିଛି।  ଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଯାଇଛି। ତେବେ ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ। ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ଶୀଧେଶ୍ବର ମଲ୍ଲିକ, ଏଏସଆଇ ସୁବାଷ ଚନ୍ଦ୍ର ମହାପାତ୍ର,ଗୀତାଞ୍ଜଳି ବେହେରା, ଏବଂ କର୍ମଚାରୀ ପ୍ରଦୀପ୍ତ ପଣ୍ଡା, ଦୀପ୍ତି ରଞ୍ଜନ ଦାସ ପ୍ରମୁଖ  ସାମିଲ ଥିଲେ।

Post a Comment

0 Comments

Please Select Embedded Mode To show the Comment System.*