ବାଇକରୁ ପଡି ମହିଳା ଗୁରୁତର।

utkalnews7
By
0

 



ନୟାଗଡ଼,୧୮/୧୦,(ଉତ୍କଳ ନ୍ୟୁଜ୍୭) :  ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ରାକମା ପଞ୍ଚାୟତ ୪୮ନଂ ରାଜ୍ୟରଜପଥ ଚାରିଛକ ଗ୍ରାମ ଝରଣାପୋଖରୀ ଠାରେ ଆଜି ମାଙ୍ଗଳଦିନ ୨ଘଣ୍ଟିକା ସମୟରେ ବିପଦ ସଂକୁଳ ଫଳକ ନିକଟରେ ବାଇକରୁ ପଡି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।ଘଟଣାରୁ ସୂଚନାଯୋଗ୍ୟ ଯେ, ମହିଳା ଜଣକ ମରଡ଼ା କେନ୍ଦୁପଲ୍ଲୀ ଗ୍ରାମର ଗଦାଧର ବେହେରାଙ୍କ ସ୍ତ୍ରୀ ପୂଜା ବେହେରା ବୋଲି ଜଣାପଡିଛି।ସୂଚନାଯୋଗ୍ୟ ଯେ ଆଜି ମଧ୍ୟାହ୍ନ ୨ଟା ସମୟରେ ନିଜ ବାପଘର କରବର ଗ୍ଆମପଞ୍ଚାୟତ ମାଣିତ୍ରି ଗ୍ରାମକୁ ଦଶାହ କାମରେ ଯାଉଥିବା ସମୟରେ ଚାରି ଛକ ଗ୍ରାମ ଝରଣା ପୋଖରୀ ଠାରେ ବାଇକ ରୁ ପଡି ଗୁରୁତର ଆହତ ହୋଇଥିଲେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ତାଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଡ଼ାକ୍ତରଙ୍କ ଠାରୁ ସୂଚନା ମିଳିଛି।

Post a Comment

0 Comments

Please Select Embedded Mode To show the Comment System.*