
ଟାଙ୍ଗୀ,୨୩।୧୨,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ମହାବୀର ଆଥ୍ ଲେଟିକ୍ ଆସୋସିଏସନ ଆନୁକୂଲ୍ୟ ରେ କୁହୁଡ଼ି ଗଡ଼ ଜନତା ଷ୍ଟାଡିୟମ ରେ ୬୩ ତମ ସର୍ବ ଭାରତୀୟ ମହାବୀର କପ ଟୁର୍ଣ୍ଣାମେଣ୍ଟ ର ଅଷ୍ଟମ ଦିବସ ଲିଙ୍କ ମ୍ୟାଚ ଗୃପ ବି ରେ ଇମାମି ଇଷ୍ଟ ବେଙ୍ଗଲ ବନାମ ମା କାମାକ୍ଷା ଫୁଟ ବଲ କ୍ଲବ,ବକ୍ସର,ବିହାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ମ୍ୟାଚ ଟି ସଂଘର୍ଷ ପୁର୍ଣ ଥିଲା | ମ୍ୟାଚ ର ପ୍ରଥମ ଅଧ୍ୟାୟ ର ୨୫ ମିନିଟ ସମୟ ରେ ବକ୍ସର ଟିମ ର ଜର୍ସି ନମ୍ବର ୧୭ ଶିବୁ ଏକ ଗୋଲ ଦେଇ ୧-0 ରେ ଅଗ୍ରଣୀ କରାଇଥିଲେ | ପ୍ରଥମ ଅଧ୍ୟାୟ ୪୧ ମିନିଟ ସମୟ ରେ ଇଷ୍ଟ ବେଙ୍ଗଲ ଟିମ ର ଜର୍ସି ନମ୍ବର ୬ ଅଲ୍ଡୋ ଏକ ଗୋଲ ଦେଇ ଦଳକୁ ୧-୧ ରେ ବିଜୟୀ କରିଥିଲେ | ଦ୍ୱତୀୟ ଅଧ୍ୟାୟ ର ୨୯ ମିନିଟ ସମୟ ରେ ବକ୍ସର ଟିମ ର ଡି ଏରିଆ ଭିତରେ ହାଣ୍ଡ ବଲ ହେବାଯୋଗୁ ରେଫରୀ ପେନାଲଟିକ ପାଇଁ ନିର୍ଦେଶ ଦେଇଥିଲେ | ଇଷ୍ଟ ବେଙ୍ଗଲ ଏହି ସୁଯୋଗ ହାତଛଡା ନ କରି ଜର୍ସି ନମ୍ବର ୧o ଜୟହରି ବର୍ମନ ଏକ ଗୋଲ ଦେଇ ଦଳର ସ୍କୋର କୁ ୨-୧ ରେ ଅଗ୍ରଣୀ କରାଇଥିଲେ | ମ୍ୟାଚ ପରିଚାଳନା କରିଥିଲେ ମେନ ରେଫରୀ ସୁବ୍ରତ ପୁରହିତ, ଆସିଷ୍ଟାଣ୍ଟ ରେଫରୀ ଶଶିକାନ୍ତ ଦାସିଆ ଓ ଶେଖବତ ଖାଁ | ଚତୁର୍ଥ ରେଫରୀ ପ୍ରଶାନ୍ତ କୁମାର ପାଲ ଓ ମ୍ୟାଚ କମିଶନ ବିଜୟ କୁମାର ରାଉତ ସହଯୋଗ କରିଥିଲେ | ଆଜିର ଉସ୍ଛବ ରେ ପୂର୍ବତନ ଅବସର ପ୍ରାପ୍ତ ଉପଜିଲ୍ଲାପାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦେବରାଜ ସେନାପତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ | ସମ୍ମାନିତ ଅତିଥି ରୂପେ ଓଡ଼ିଶା ପ୍ରଶାସନିକ ଅଧିକାରିଣୀ ଇସ୍ପିତା ବଳିୟାରସିଂହ ଓ ବରିଷ୍ଠ ଆଇନ ଯିବି ନିରଞ୍ଜନ ବଳିୟାରସିଂହ ଯୋଗଦେଇଥିଲେ | ଆଜିର ବେଷ୍ଟ ପ୍ଲେୟାଏ ଭାବେ ଇମାମି ଇଷ୍ଟ ବେଙ୍ଗଲ ଜର୍ସି ନମ୍ବର ୪ ପ୍ରଦୀପ୍ତ ବିଶ୍ୱାସ ଙ୍କୁ ବେଷ୍ଟ ପ୍ଲେୟାର ଟ୍ରଫି ପ୍ରଦାନ କରାଯାଇଥିଲା | ବେଷ୍ଟ ସ୍କୋରର ଭାବରେ ମା କାମାକ୍ଷା କ୍ଲବ ର ଜର୍ସି ନମ୍ବର ୧୭ ଶିବୁ ଓ ଇମାମି ଇଷ୍ଟ ବେଙ୍ଗଲ ର ଜର୍ସି ନମ୍ବର ୬ ଅଲ୍ଡୋ ଙ୍କୁ ମୁଖ୍ୟ ଅତିଥି ବେଷ୍ଟ ସ୍କୋରର ଟ୍ରଫି ପ୍ରଦାନ କରିଥିଲେ |
0 Comments