ରାଜସୁନାଖଳା ମହୋତ୍ସବ-୨୦୨୨ କାଉଁରୀ ଉଦ୍‌ଘାଟିତ।

utkalnews7
By
0



ରଣପୁର/ରାଜସୁନାଖଳା,୮।୧୨,(ଉତ୍କଳ ନ୍ୟୁଜ୍୭) :ରାଜସୁନାଖଳା  ମହୋତ୍ସବ କାଉଁରୀ-୨୦୨୨ ଗୁରୁବାର ଠାରୁ ରାଜସୁନାଖଳା ମହୋତ୍ସବ କମିଟି ପକ୍ଷରୁ ସ୍ଥାନୀୟ ଡି ଆଇ ଇ ତି ଖେଳ ପଡିଆରେ ଆୟୋଜିତ ମୁକ୍ତାକାଶ ମଞ୍ଚ ରେ ଆରମ୍ଭ ହୋଇଛି l ସ୍ଥାନୀୟ ଅଞ୍ଚଳର ଐତିହ୍ୟ, ସଂସ୍କୃତି, ପରମ୍ପରା ସହ ଅନ୍ତଃନିର୍ମିତ ପ୍ରତିଭା ଅନ୍ୱେଷଣ ଲକ୍ଷ୍ୟ ନେଇ ମହୋତ୍ସବ ଆୟୋଜକ କମିଟି ପକ୍ଷରୁ ଆୟୋଜିତ ମହୋତ୍ସବର ମୁକ୍ତାକାଶ ରଙ୍ଗମଞ୍ଚରେ ଝଲସି ପରମ୍ପରାର ର ପ୍ରଥମ ସନ୍ଧ୍ୟାରେ ବିବିଧ ନୃତ୍ୟ,ଅଭିନେତ୍ରୀ ପ୍ରିୟା ଚୌଧୁରୀ,ସମରକଳା, ବିଭିନ୍ନ ଲୋକକଳା ଓଡିଶୀ, ସମ୍ବଲପୁରୀ ଓ ଢେମସା ଲୋକନୃତ୍ୟ ଆଦି ପାରିବେଷିତ ହୋଇଥିଲା ଗୁରୁବାର  ଅପରାହ୍ନ ରେ ଗ୍ରାମର ଆରାଧ୍ୟ  ମା କାଉଁରୀ ଠାକୁରାଣୀଙ୍କ ଆଜ୍ଞାମାଳ ପାଇ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଆୟୋଜକ କମିଟି ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ,ଅଧକ୍ଷ ଆର୍ତ୍ତ ତ୍ରାଣ ପ୍ରଧାନ,କର୍ମକର୍ତ୍ତା, ବୁଦ୍ଧିଜୀବୀ, ସଂସ୍କୃତି ପ୍ରେମୀ ଏବଂ ସ୍ବେଛାସେବୀ ମାନଙ୍କ ଗହଣରେ ବାହାରି ମହୋତ୍ସବ ମଞ୍ଚ ଠାରେ ପହଞ୍ଚିଥିଲେ। ଅନୁଷ୍ଠିତ ସାଧାରଣସଭାରେ ମହୋତ୍ସବ କମିଟିର ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନଙ୍କ ପୌରୋହିତ୍ୟ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ମୁଖ୍ୟ ବକ୍ତା ରୂପେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ପ୍ରଦୀପ ପ୍ରଜ୍ବଳନ କରି ମହୋତ୍ସବ କୁ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ରୂପେ ,ରଣପୁର ବ୍ଲକଉପାଧ୍ୟକ୍ଷ ପ୍ରଭାତ କୁମାର ଦଳ ବେହେରା,  ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗିରିଜାକାନ୍ତ ମହାପାତ୍ର, ରାଜସୁନାଖଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ମଧୁସୂଦନ ମହାପାତ୍ର, ଅଭିନେତ୍ରୀ ପ୍ରିୟା ଚୌଧୁରୀ ପ୍ରମୁଖ ଯୋଗଦେଇଥିଲା ବେଳେ ବିଶେଷ ଅତିଥି ଭାବେ ରାଜସୁନାଖଳା ପ୍ରେସ କ୍ଳବ ସଭାପତି ମନୋରଞ୍ଜନ ମିଶ୍ର, ସମ୍ପାଦକ କିଶୋର ରାଉତରାୟ, ପ୍ରମୁଖ ମଂଚାସୀନ ଥିଲେ ସେହିପରି ଖଇରପଲ୍ଲୀ ସରପଞ୍ଚ ବୃନ୍ଦାବନ ମହାନ୍ତି ବରିଷ୍ଠ ବ୍ୟକ୍ତିତ୍ୱ ବନମାଳୀ ଆଚାର୍ଯ୍ୟ,  ପ୍ରଭାତ କୁମାର ପ୍ରଧାନ,ଦୀପକ କୁମାର ବରାଡ଼, ସ୍ବର୍ଣ୍ଣ ପ୍ରକାଶ ରାଉତରୟ ପ୍ରମୁଖ ଯୋଗଦେଇଥିଲେ  ଆୟୋଜକ କମିଟିର ସମ୍ପାଦକ ତଥା ସ୍ଥାନୀୟ ସରପଞ୍ଚ ଚିତରଞ୍ଜନ ପ୍ରଧାନ ସାଧାରଣ ସଭା କୁ ପରିଚାଳନା କରିଥିଲେ l


 ଏହି ଅବସରରେ ବିଭିର୍ନ କ୍ଷେତ୍ରରେ କୃତୀ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା|


ରାଜସୁନାଖଳା ରୁ ଯଦୁନାଥ ସାମନ୍ତରାୟଙ୍କ ରିପୋର୍ଟ।

Post a Comment

0 Comments

Please Select Embedded Mode To show the Comment System.*