ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ ହକି ଟୁର୍ଣ୍ଣାମେଣ୍ଟ ଖେଳିବା ଲାଗି ମୋନୋନୀତ ହେଲେ: ରଣପୁରରୁ ରାକେଶ।

utkalnews7
By
0


ରଣପୁର,୨୬।୧୨,(ଉତ୍କଳ ନ୍ୟୁଜ୍୭) : ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟ ପରିସରରେ ଆନ୍ତଃ ବିଶ୍ୱ ବିଦ୍ୟାଳୟ ସ୍ତରୀୟ ହକି ମ୍ୟାଚ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ୱ ବିଦ୍ୟାଳୟର ହକି ଟିମ ଯୋଗ ଦେବ।  ଉତ୍କଳ ବିଶ୍ୱ ବିଦ୍ୟାଳୟ ମଧ୍ୟ ଏହି ହକି ଟିମରେ ସାମିଲ ହେବ।ଏହି ଟିମ୍ ରେ ରଣପୁର ଲାଗି ଗୌରବ ଆଣିଛନ୍ତି ରଣପୁର ମହାବିଦ୍ୟାଳୟର ଛାତ୍ର ରାଜେଶ ବାରିକ ଆନ୍ତଃ ବିଶ୍ୱ ବିଦ୍ୟାଳୟ ହକି ମ୍ୟାଚରେ ଖେଳିବା ପାଇଁ ଉତ୍କଳ ବିଶ୍ୱ ବିଦ୍ୟାଳୟ ଟିମରେ ନିଜର ସ୍ଥାନ ପକ୍କା କରିଛନ୍ତି।  ଏ ନେଇ ରାଜେଶ ବେଶ ଉତ୍ସାହିତ ଅଛନ୍ତି। ରଣପୁର ସ୍ପୋର୍ଟସ ଆସୋସିଏସନ ପକ୍ଷରୁ ରାଜେଶଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉନ୍ନତି କାମନା କରିଛି।

Post a Comment

0 Comments

Please Select Embedded Mode To show the Comment System.*