ଟାଟା ପାୱାର୍‌ ଜୁଲମ୍‌ ବିରୋଧରେ ବିକ୍ଷୋଭ ; ଏସଡିଓ ଅଫିସ୍‌ ଘେରଉ କଲେ ଚାଷୀ।

utkalnews7
By
0


ବାଲେଶ୍ବର,୨୬।୧୨,(ଉତ୍କଳ ନ୍ୟୁଜ୍୭) : ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତର ଚାଷୀ ଓ ବ୍ଲକ କଂଗ୍ରେସ କମିଟି ୭ ଦଫା ଦାବିରେ ଟାଟା ପାୱାର ଭୋଗରାଇ ଏସଡିଓ ଅଫିସକୁ ଘେରଉ କରିଛନ୍ତି। ଟାଟା ପାୱାର  ପକ୍ଷରୁ ଚାଷୀଙ୍କ ଲିଫ୍ଟ ପଏଣ୍ଟ ଗୁଡ଼ିକରେ ମିଟର ବସାଇବାକୁ ଜୁଲୁମ୍ ଚାଲିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଚାଷୀଙ୍କ ଲିଫ୍ଟ ପଏଣ୍ଟରେ ବିଦ୍ୟୁତ୍ ସଂଯୋଗ ମଧ୍ୟ ବିଚ୍ଛିନ୍ନ କରାଯାଇଛିl ଫଳରେ ଚାଷୀ ରବି ଫସଲ କରିବାକୁ ଚାଷୀ ଅସମର୍ଥ ହୋଇଛନ୍ତି। ତେଣୁ ମିଟର ବସାଇବା ବନ୍ଦ କରାଯାଉ l ଚାଷୀଙ୍କ ଲିଫ୍ଟ ପଏଣ୍ଟରୁ ବିଦ୍ୟୁତ୍ ସଂଜୋଗକୁ ବିଚ୍ଛିନ୍ନ କରା ନଯାଉ ବୋଲି ସେମାନେ କହିଛନ୍ତି lଯେଉଁ ଲିଫ୍ଟରେ ବିଦ୍ୟୁତ କଟା ଯାଇଛି, ତାକୁ ତୁରନ୍ତ ଯୋଡ଼ାଯାଉl ନେସ୍କୋ ସମୟରେ ପୂର୍ବରୁ ଯେମିତି ଲିଫ୍ଟ ପଏଣ୍ଟ ଗୁଡିକରେ ବିଲ୍ ଚାର୍ଜ କରା ଯାଉଥିଲା ତାହା ବଳବତ୍ତର ରହୁ l ଅନେକ ଲିଫ୍ଟ ପଏଣ୍ଟରେ ମାତ୍ରାଧିକ ବିଲ୍ ଆସୁଛି l ସେସବୁର ତୁରନ୍ତ ସଂଶୋଧନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଏହି ସମସ୍ୟାର ସମାଧାନ ନହେଲା ପର୍ଯ୍ୟନ୍ତ କୌଣସି ସ୍ଥାନରେ ଲାଇନ୍ କଟା ନଯାଉ ବୋଲି ସେମାନେ କହିଛନ୍ତି।ସୌଭାଗ୍ୟ ଯୋଜନାରେ ବିପିଏଲ୍ ବର୍ଗର ଗରିବ ଲୋକଙ୍କ କ୍ଷେତ୍ରରେ ମନ ଇଚ୍ଛା ବିଲ କରାଯାଉଛି l lବିଭିନ୍ନ ଗାଁ ରେ ବସୁନ୍ଧରା ଯୋଜନାରେ ଯେଉଁ ପାଣି ପଞ୍ଚାୟତ ହୋଇଛି, ସେଥିରେ ମାତ୍ରାଧିକ ବିଲ ଆସୁଛିl ତାର ତୁରନ୍ତ ପ୍ରତିକାର କରା ଯାଉ l ପୂର୍ବରୁ ଉପଭୋକ୍ତା ମାନଙ୍କ ଘରେ ଓ ଛୋଟ ବ୍ୟବସାୟ ପ୍ରତିଷ୍ଠାନରେ ଯେଭଳି ମିଟର ଲାଗୁଥିଲା ତାକୁ ପୁଣି ଥପରେ ପ୍ରଚଳନ କରାଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ସତ୍ଯଶିବ ଦାସ ଯୋଗ ଦେଇଥିଲେ।ବୋଲି ଏକ ଦାବିପତ୍ର ଏସଡିଓଙ୍କୁ ପ୍ରଦାନ କରିଥିଲେ। 

Post a Comment

0 Comments

Please Select Embedded Mode To show the Comment System.*