ଟ୍ରକ୍ କୁ ପଛପଟୁ ଧକ୍କା ଦେଲା ପିକଅପ୍ ଭ୍ୟାନ ୩ ମୃତ, ୬ଗୁରୁତର ।

utkalnews7
By
0


ଯାଜପୁର (ଉତ୍କଳ ନ୍ୟୁଜ୍୭): ଟ୍ରକ୍‌ ପଛକୁ ଧକ୍କାଦେଲା ପିକ୍‌ଅପ୍‌ ଭ୍ୟାନ ୩ ମୃତ,  ୬ଗୁରୁତର । ଏପରି ଏକ ଅଭାବନୀୟ ଦୃଶ୍ୟ ଓଦେଖିବାକୁ ମିଳିଛି ବାଲିଚନ୍ଦ୍ରପୁର ଥାନା ୫୩ ନଂ ଜାତୀୟ ରାଜପଥ ଚାରିନଙ୍ଗଳ ଛକରେ । ଏହି ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଏକ ପିକଅପ୍ ଭ୍ୟାନ ଗାଡି ଚଣ୍ଡିଖୋଲରୁ ପାରାଦ୍ୱୀପ ଅଭିମୁଖେ ଯାଉଥିବାବେଳେ ଚାରିନଙ୍ଗଳ ନିକଟରେ ଏକ ଟ୍ରକ ସହ ଧକା ହୋଇଥିଲା। ଯାହା ଫଳରେ ପିକଅପ ଡ୍ରାଇଭର ସହ ଡାଲା ଗାଡି ପଛପଟେ ବସିଥିବା ମୋଟ ୯ ଜଣକ ମଧ୍ୟରୁ ୩ଜଣଙ୍କ ର ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଂଚି ଗୁରୁତରଙ୍କୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥାବା ବେଳେ ଗୁରୁତରମାନଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ କଟକ ବଡ଼ ମେଡିକାଲ ଯିବାବେଳେ ବାଟରେ ଅନ୍ୟ ୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାଲିଚନ୍ଦ୍ରପୁର ଅଂଚଳରୁ ଶୁଖୁଆ ବୋଝେଇ କରି ପିକ ଅପ ଗାଡିରେ ପାରାଦ୍ୱୀପ ଯାଉଥିବା ସମୟରେ ଘଟିଛି ଦୁର୍ଘଟଣା। ଅତ୍ୟଧିକ କୁହୁଡି ଯୋଗୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଂଚି ଘଟଣାର ଅଧିକ ତଦନ୍ତ ଚଳାଇଛି। ତେବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Post a Comment

0 Comments

Please Select Embedded Mode To show the Comment System.*