ଦନ୍ତା ଆକ୍ରମଣରେ ,ଶ୍ରମିକଙ୍କ ମୃତ୍ୟୁ ।

utkalnews7
By
0


ରଣପୁର,(ଉତ୍କଳ ନ୍ୟୁଜ୍୭),୨୭।୫ : ଖୋର୍ଦ୍ଧା ବନଖଣ୍ଡ ଅଧିନ ଟାଙ୍ଗୀ-ରଣପୁର ବନାଞ୍ଚଳ ରେଞ୍ଜ ମୟୁରଝାଲିଆ - କମାଗୁରୁ ରାସ୍ତାରେ ଦନ୍ତାହାତୀଙ୍କ ଆତଙ୍କ ଦେଖିବାକୁ ମିଳିଛି। ଦନ୍ତାହାତୀ ଆକ୍ରମଣରେ ଜଣେ ଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଜଣଙ୍କ ନାଟିମ ଗ୍ରାମର ସତ୍ୟ ବେହେରା (୫୬) ବୋଲି ଜଣାପଡିଛି।ରଣପୁର ବ୍ଲକ ନରସିଂହପୁର ଗ୍ରାମପଂଚାୟତ ନାଟିମୀ ଗ୍ରାମର ୩ ଜଣ ବ୍ୟକ୍ତି ସତ୍ୟ ବେହେରା, ବୀର ଜେନା, ସଉରିଆ ଜେନା କମାଗୁରୁ ଗ୍ରାମକୁ ସାଇକେଲରେ କୁଅ ଖୋଳିବାକୁ ଯାଉଥିଲେ। ସାଇକେଲରେ ଯାଉଥିବା ବେଳେ କମାଗୁରୁ ଗ୍ରାମ ନିକଟରେ ହଠାତ୍ ଏକ ଦନ୍ତା ଜଙ୍ଗଲରୁ ବାହାରି ଆସିଥିଲା। ଦନ୍ତାକୁ ଦେଖି ୨ ଜଣ ଦୌଡି ପଳାଇବାକୁ ସମର୍ଥ ହୋଇଥିଲେ। ତେବେ ସତ୍ୟ ବେହେରା ଯାଇ ନ ପାରିଵାରୁ ସେଠାରେ ତାଙ୍କୁ ଦନ୍ତା ଦଳି ଦେଇଥିଲା। ଦନ୍ତା ଆକ୍ରମଣରେ ଘଟଣା ସ୍ଥଳରେ ହିଁ ସତ୍ୟ ବେହେରାଙ୍କର ମୃତ୍ୟୁ ହୋଇଥିଲା। ଏବେ ଘଟଣା ସ୍ଥଳରେ ମୃତ ଦେହ ପଡି ରହିଥିଲା ବେଳେ ଘଟଣା ସ୍ଥଳରେ ଟାଙ୍ଗୀ ବନ ବିଭାଗର ର ଅଧିକାରୀ, ଜଙ୍କିଆ ଥାନା ପୋଲିସ ଓ ସ୍ଥାନୀୟ ଜନପ୍ରତିନିଧି ଲୋକ ମାନଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି।ଏପରି ଘଟଣା ରଣପୁର ଅଞ୍ଚଳରେ ବାରମ୍ବାର ଘଟୁଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନିଆ ଯାଉ ନ ଥିବା ସାଧାରଣରେ ଅଭିଯୋଗ ହୋଇଛି।  ଏକ ମାସ ମଧ୍ୟରେ ହାତୀ ଆକ୍ରମଣ ଜନିତ ତିନୋଟି ଘଟଣା ଘଟି ଲାଣି। ସେଥି ମଧ୍ୟରୁ ୨ ଟି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଅଦ୍ୟାବଧି ଡାକ୍ତରଖାନା ରେ ଚିକିତ୍ସା ହେଉଛନ୍ତି। ମହାତପଲ୍ଲା ପଞ୍ଚାୟତର ବାନ୍ଧପଲ୍ଲା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ସପ୍ତାହ ପୂର୍ବରୁ ଝାଡ଼ପଡା ଗ୍ରାମରେ ହାତୀ ଆକ୍ରମଣର ଶିକାର ହୋଇ ବର୍ତ୍ତମାନ ସେ ଭୁବନେଶ୍ୱର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆଜି ପୁଣି ନାଟିମ ଗ୍ରାମର ସତ୍ୟ ବେହେରା କାମ କୁ ଯାଉଥିବା ବେଳେ ମୟୁରଝାଲିଆ ଠାରେ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁ ହୋଇ ଯାଇଛି। ତେଣୁ ବନ ବିଭାଗର କାର୍ଯ୍ୟ ଦକ୍ଷତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Post a Comment

0 Comments

Please Select Embedded Mode To show the Comment System.*