ରାଜସୁନାଖଳାରେ ନୂତନ ସେଣ୍ଟ ଜାଭିୟର ସ୍କୁଲର ଗୃହ ଉଦଘାଟନ ଓ ତୃତୀୟ ବାର୍ଷିକ ଉତ୍ସବ ପାଳିତ।

utkalnews7
By
0



ରଣପୁର,୨୮।୫,(ଉତ୍କଳ ନ୍ୟୁଜ୍୭) : ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ହାଇସ୍କୁଲଠାରେ  ସେଣ୍ଟ ଜାଭିୟର ସ୍କୁଲର ନୂତନ ଗୃହ  ଉଦଘାଟନ ଓ ତୃତୀୟ ବାର୍ଷିକ ଉତ୍ସବ ସ୍କୁଲର ଅଧକ୍ଷ ଆଲୋକ ପ୍ରସାଦ ମହାପାତ୍ରଙ୍କ ସଂଯୋଜନାରେ ମହାଆଡମ୍ବର ସହ ପାଳିତ ହୋଇଯାଇଛି। ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଯୋଜନା ବୋଡ଼ ଅଧକ୍ଷ ତଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ,ମୁଖ୍ୟ ବକ୍ତା ଭାବେ ପୂର୍ବତନ ଆଠଗଡ଼ ବ୍ଲକ ବିଡ଼ିଓ ପ୍ରଦୀପ କୁମାର ସାହୁ,ଉଦଘାଟକ ଓ ଉପଦେଷ୍ଠା ଭାବେ ପ୍ରସନ୍ନ କୁମାର ରଥ ସମ୍ମାନିତ ଅତିଥିଭାବେ ଟ୍ରଷ୍ଟି ଜାନକୀ କର,ଲଷ୍ମୀକାନ୍ତ ମିଶ୍ର ,ସଭାପତି ରବିନ୍ଦ୍ରନାଥ ତ୍ରିପାଠୀ,ଓ ସ୍କୁଲର ଅଧକ୍ଷ ଆଲୋକ ପ୍ରସାଦ ମହାପାତ୍ର ପ୍ରଥମେ ପ୍ରଭୁ ଜଗତରନାଥ ଜଗନ୍ନାଥଙ୍କ ଫୋଟ ଚିତ୍ରରେ, ପୁଷ୍ପ, ଧୂପ, ଦୀପ, ଚନ୍ଦନ ଦେଇ ଶୁଭ ଉଦଘାଟନ କରିଥିଲେ । ଏହି ଉଦଘାଟନ ଉତ୍ସବରେ ସ୍କୁଲର ଛାତ୍ରଛାତ୍ରୀ ଓ ବୋଲଗଡ଼ସ୍ଥିତ  ଆରାଧନା ପ୍ରିନ୍ସଡାନ୍ସ ଏକାଡେମୀର କଳାକାରମାନଙ୍କ  ଦ୍ୱାରା ରାଧା କ୍ରିଷ୍ଣାଙ୍କ ଉପରେ ଆଧାରିତ "ରାଧାରାଣୀ ସଙ୍ଗେ ନାଚେ ମୁରଲୀ ପାଣି "ରଙ୍ଗା ରଙ୍ଗ  ଚିତାକର୍ଷକ ନୃତ୍ୟରେ ଉପସ୍ଥିତ ଅତିଥିମାନଙ୍କ ସହିତ ଅଭିଭାବକ ଓ ଦର୍ଶକମାନେ ବିଭୋର ହୋଇଯାଇଥିଲେ । ବୋଲଗଡ଼ ଆରାଧନା ପ୍ରିନ୍ସଡ୍ୟାନ୍ସ ଏକାଡେମୀର ନୃତ୍ୟ ଗୁରୁ ଶ୍ରୀମାନ ସତ୍ୟବାନ ପଶ୍ଚିମକବାଟଙ୍କୁ ଉପସ୍ଥିତ ସ୍ଥାନୀୟ ବିଧାୟକ ଓ ଅତିଥିମାନେ ସମ୍ମାନିତ କରିଥିଲେ ।ଏହି ଉଦଘାଟନ ଉତ୍ସବରେ ସେଣ୍ଟ ଜାଭିୟାର ସ୍କୁଲର ଶିକ୍ଷକଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସହଯୋଗ କରି ପରିଚାଳନା କରିଥିଲେ।ସ୍କୁଲର ଅଧକ୍ଷ ଆଲୋକ କୁମାର ମହାପାତ୍ର ବାର୍ଷିକ ବିବାରିଣୀ ପଠନ କରିବା ସହିତ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*