କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ ,୧୦ଜଣଙ୍କ ମୃତ୍ୟୁ, ୪୭ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି।

utkalnews7
By
0


ବାଲେଶ୍ବର,୨।୬,(ଉତ୍କଳ ନ୍ୟୁଜ୍୭) : ସୋର ବାହାନଗାରେ ହାଓ୍ବଡ଼ା ସାଲିମାର କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା। ଏହି ଦୁର୍ଘଟଣାରେ ପ୍ରଥମେ ୧୦ ମୃତ ଓ ଶତାଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ସୂଚନା ମିଳିଛି। ତେବେ ଗୁରୁତର ଅବସ୍ଥାରେ ୪୭ ଜଣଙ୍କୁ ସୋରୋ ମେଡିକାଲରେ ଭର୍ତ୍ତି କରାଯାଇଛି। ମାଲବାହୀ ଟ୍ରେନକୁ କରମଣ୍ଡଳ ଏକ୍ସପ୍ରେସ ଧକ୍କା ଦେଇଛି। ସେପଟେ କଣ୍ଟ୍ରୋଲ ରୁମ୍‌ ଜରୁରୀକାଳିନ ନମ୍ବର ୦୬୭୮୨୨୬୨୨୮୬ ଜାରି କରିଛନ୍ତି ଏସ୍‌ଆର୍‌ସି। ସେହି ପରି ବରିଷ୍ଠ ଅଧିକାରୀ ହେମନ୍ତ ଶର୍ମା, ବଲବନ୍ତ ସିଂହ, ଅରବିନ୍ଦ ଅଗ୍ରଓ୍ବାଲ ଓ ସୁଧାଂଶୁ ଷଡ଼ଙ୍ଗୀ ସ୍ବତନ୍ତ୍ର ତଦାରଖ ଦାୟିତ୍ବ ଦିଆଯାଇଛି। ଦୂର୍ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚିବାକୁ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ଏସ୍‌ଆର୍‌ସି ସତ୍ୟବ୍ରତ ସାହୁଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ।ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ଘଟଣାସ୍ଥଳରେ ବାଲେଶ୍ବରରୁ ଅଗ୍ନିଶମ ବାହିନୀ, ଏନଡିଆର୍‌ଏଫ୍‌ ଓ ଓଡ୍ରାଫ୍‌ ଟିମ୍‌, ୫ଟି ଆମ୍ବୁଲାନ୍ସ ସହିତ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଥି ସହିତ ସ୍ବତନ୍ତ୍ର ହେଲ୍‌ପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି।

ହେଲ୍ପଲାଇନ୍ ନମ୍ବର

ଏମରଜେନ୍ସି କଣ୍ଟ୍ରୋଲ ରୁମ- ୬୭୮୨୨୬୨୨୮୬

ହାଓ୍ଵଡ଼ା- ୦୩୩-୨୬୩୮୨୨୧୭

ଖଡ଼ଗପୁର- ୮୯୭୨୦୭୩୯୨୫, ୯୩୩୨୩୯୨୩୩୯

ବାଲେଶ୍ଵର- ୮୨୪୯୫୯୧୫୫୯, ୭୯୭୮୪୧୮୩୨୨

କୋଲକାତା ସାଲିମାର- ୯୯୦୩୩୭୦୭୪୬

ରେଳ ସହାୟତା- ୦୪୪-୨୫୩୫୪୭୭୧

ଚେନ୍ନାଇ ସେଣ୍ଟ୍ରାଲ ରେଲଓ୍ଵେ- ୦୪୪-୨୫୩୩୦୯୫୨, ୦୪୪-୨୫୩୩୦୯୫୩ ଏବଂ ୦୪୪-୨୫୩୫୪୭୭୧ ଏହି ହେଲ୍ପ ଲାଇନ ନମ୍ବର ଜାରୀ କରାଯାଇଛି।

Post a Comment

0 Comments

Please Select Embedded Mode To show the Comment System.*