ବାହାନଗା ଟ୍ରାଜେଡି, ଏମ୍ସରେ ସବୁ ମୃତ ଦେହ।

utkalnews7
By
0


ଭୁବନେଶ୍ୱର,୭।୬,(ଉତ୍କଳ ନ୍ୟୁଜ୍୭) : ବାଲେଶ୍ଵର ଜିଲ୍ଲା ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଆଜି ସକାଳ ସୁଦ୍ଧା ୨୦୫ଟି ମୃତ ଦେହ ଚିହ୍ନଟ ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।ବାକି ରହିଥିବା ୮୩ଟି ମୃତଦେହକୁ ଏମ୍ସ ହସ୍ପିଟାଲରେ ରଖାଯାଇଛି।ମୃତକଙ୍କ ସମ୍ପର୍କୀୟ ମାନେ ମୃତ ଦେହକୁ ଖୋଜିବା ପାଇଁ ବିଭିନ୍ନ ହସ୍ପିଟାଲ ବୁଲି ହଇରାଣ ହେଉଥିବାରୁ, ସେମାନଙ୍କ ପାଇଁ ଗୋଟିଏ ଜାଗାରେ ମୃତ ଦେହ ରଖି , ମୃତ ବ୍ୟକ୍ତିଙ୍କ ପରିବାରକୁ କିପରି ସୁବିଧାରେ ମୃତ ଦେହ ହସ୍ତାନ୍ତର ହୋଇପାରିବ, ସେଥିପାଇଁ ଭୁବନେଶ୍ୱର ଏମ୍ସରେ ବ୍ୟବସ୍ଥା କରାଯାଇଛି ବୋଲି ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି।

Post a Comment

0 Comments

Please Select Embedded Mode To show the Comment System.*