ରାଜ୍ୟ ରାଜପଥ କଢରେ ପଡ଼ି ରହିଛି ପୁଳା ପୁଳା ସରକାରୀ ଔଷଧ ।


ଉମରକୋଟ,୭।୬,(ଉତ୍କଳ ନ୍ୟୁଜ୍୭) : ରାଜ୍ୟର ଉପାନ୍ତ ଅଂଚଳର ଡାକ୍ତର ଖାନା ଗୁଡିକରେ ଗରିବ ରୋଗୀଙ୍କୁ ମାଗଣା ଔଷଧ ମିଳୁ ନଥିବାବେଳେ ରାଜ୍ୟ ରାଜପଥ କଢରେ ପୁଳା ପୁଳା ବୈଧ ଥିବା ଔଷଧ ଫୋପାଡ଼ିବା ବାସ୍ତବରେ ଚିନ୍ତାଜନକ । କିଛି ଏକ୍ସପାଏରି ଔଷଧ ସହ ବହୁ ମାତ୍ରାରେ ବୈଧ ଥିବା ଔଷଧ ରାସ୍ତା କଢରେ ପଡି଼ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର-ଉମରକୋଟ ରାଜ୍ୟ ରାଜପଥର ସରଗୁଲି ଛକ ନିକଟରେ । ଯେଉଁଠି ବହୁ ପରିମାଣର ବୈଧ ଔଷଧ ରାସ୍ତା କଢରେ ପଡ଼ି ରହିଥିବାର ଦୃଶ୍ୟ ଗରିବ ରୋଗୀଙ୍କୁ ଚିନ୍ତାରେ ପକାଇଛି । ଜିଲ୍ଲାର ଉପାନ୍ତ ଅଂଚଳ ଗୁଡିକରେ ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତର ଏବଂ ଆବଶ୍ୟକ ପରିମାଣର ଔଷଧ ମହଜୁଦ୍ ନଥିବାବେଳେ ଗରିବ ରୋଗୀ ବାଧ୍ୟ ହୋଇ ବହୁ ଖର୍ଚ୍ଚାନ୍ତ ହୋଇ ଚିକିତ୍ସା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଯାଇଥାଆନ୍ତି । ଏଭଳି କ୍ଷେତ୍ରେ ରାସ୍ତା କଢରେ ଫୋପାଡ଼ି ଥିବା ଏତେ ମୂଲ୍ୟବାନ ଔଷଧ କାହିଁକି ଓ କିଏ ଫୋପାଡ଼ିଛି ତାହା ତଦନ୍ତ ହେବା ଏକାନ୍ତ ଜରୁରୀ । ଏ ସମ୍ପର୍କରେ କୌଣସି ସ୍ବାସ୍ଥ୍ୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Previous Post Next Post