ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ,୧୦ଟି ଗୋରୁ ଉଦ୍ଧାର ।

utkalnews7
By
0


ବାଲେଶ୍ବର,୧୯।୭,(ଉତ୍କଳ ନ୍ୟୁଜ୍୭) : ଦିନକୁ ଦିନ ବଢ଼ିବାରେ ଲାଗିଛି ଗୋରୁ ଚୋରା ଚାଲାଣ । ସବୁ ଜାଣି ଚୁପ୍ ପ୍ରଶାସନ।ଦିନେ କି ଦୁଇଦିନ ରୁ ନୁହେଁ ଦିର୍ଘ ଦିନରୁ ଚାଲିଛି ଓଡିଶା ରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ। ବିଶେଷ ସୂତ୍ରରୁ ଖବର ପାଇ ଜଳେଶ୍ୱର ବାଇପାସ ହୋଟେଲ ଇନ ନିକଟରୁ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନରୁ ୧୦ ଟି ଗୋରୁ ଜବତ କରିଛି ଜଳେଶ୍ବର ପୋଲିସ।ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ନଂ ଜାତୀୟ ରାଜପଥ ଦେଇ ଓଡିଶାରୁ ପଶ୍ଚିମବଙ୍ଗକୁ ପ୍ରତେକ ଦିନ ବିଭିନ୍ନ ଗାଡି ମାଧ୍ୟମ ଶହ ଶହ ଗୋରୁ ଚୋରା ଚାଲାଣ ହେଉଛି। ଜଳେଶ୍ୱର ବ୍ଲକ ୬୦ନଂ ଜାତୀୟ ରାଜପଥ ବାଇପାସ ହୋଟେଲ ଇନ ନିକଟର ରୁ ଏକ ପିକଅପ ଭ୍ୟାନରେ ଗୋରୁ ବୋଝେଇ ହୋଇ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ହୋଟେଲ ଇନ ନିକଟରେ ଚଢଉ କରିଥିଲେ। ଗାଡିକୁ ଜବତ କରିବା ସହ ଗୋରୁ ଗୁଡିକୁ ପୋଲିସ ଉଦ୍ଧାର କରି ଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Post a Comment

0 Comments

Please Select Embedded Mode To show the Comment System.*