ରଣପୁର ରେ ୫-ଟି ସଚିବ : ଦୂରହେବ ପାନୀୟ ଜଳ ସମସ୍ୟା,ବଦଳିବ ମଣିନାଗ ପୀଠ ର ଚିତ୍ର।

utkalnews7
By
0


ରଣପୁର,୨୦।୭,(ଉତ୍କଳ ନ୍ୟୁଜ୍୭) : ଆଜି ସକାଳେ ନୟାଗଡ଼ ଜିଲ୍ଲା ରଣପୁରରେ ପ୍ରବଳ ବର୍ଷା ସତ୍ତ୍ୱେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗ୍ରସ୍ତ କରିଛନ୍ତି। କିନ୍ତୁ ପୂର୍ବରୁ ସ୍ଥିର ହୋଇଥିବା ସମୟ ସୂଚୀ ଅନୂଯାୟୀ ରଣପୁର ଜେଲ ଛକ ଠାରେ ସକାଳ ୯ ଘଟିକା ୫ ମିନିଟ୍ ସମୟରେ ସଚିବଙ୍କ ହେଲିକ୍ୟାପ୍ଟର ଅବତରଣ କରିଥିଲା।ଆଜି ୫-ଟି ସଚିବ ଭି.କେ. ପାଣ୍ଡିଆନ ରଣପୁର ଗସ୍ତରେ ଆସିଥିବା ବେଳେ ବିଜେପି ଯୁବ ମୋର୍ଚ୍ଛା ତରଫରୁ କଳା ପତାକା ପ୍ରଦର୍ଶନ କରାଯାଇ ବିରୋଧ କରାଯାଇଥିଲା। ସଚିବଙ୍କ କାରକେଟ ଆସି ତଳ ସଡକ ନିକଟସ୍ଥ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଛକ ଠାରେ ପହଂଚିବା ବେଳେ ବିଜେପି କର୍ମୀମାନେ କଳା ବ୍ୟାଚ ପିନ୍ଧିବା ସହ କଳା ପତାକା ଦେଖାଇ ବିରୋଧ କରିଥିଲେ। ପରେ ରଥ ପଡିଆରେ ଠାରେ ବିରୋଧ କରିଥିଲେ । ପୁଲିସ ୨୦ ରୁ ଉର୍ଦ୍ଧ ଜଣଙ୍କୁ ଅଟକ ରଖିଥିଲା।ଏହା ପରେ ରଣପୁରର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବେୀ ମା ମଣିନାଗଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ମନ୍ଦିରର ଉନ୍ନତି ପାଇଁ ଆଲୋଚନା କରିଥିଲେ।ସେଠାରୁ ରଣପୁର ଜଗନ୍ନାଥ ମନ୍ଦିରକୁ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ରଣପୁର ରାଜା ଦିଲ୍ଲିପ ଚନ୍ଦ୍ର ସିଂ ଦେଓ,  ଦେବୋତର ବିଭାଗ ଅଧିକାରୀ ଇପ୍ସିତ ସାହୁ, ଦେବୋତର ମ୍ୟାନେଜର ରମେଶ ଚନ୍ଦ୍ର ପ୍ରଧାନ ଓ  ପୂଜା ପଣ୍ଡାମାନଙ୍କ ସହ ମନ୍ଦିରର ଆବଶ୍ୟକତା ଓ ଉନ୍ନତି ସମ୍ବନ୍ଧରେ ଆଲୋଚନା କରିଥିଲେ।ତାପରେ ଥାନା ନିକଟରେ ଥିବା ଶହୀଦ ରଘୁ-ଦିବାକର ମଣ୍ଡପକୁ ଯାଇ ଶହୀଦ ରଘୁ-ଦିବାକରଙ୍କ ପ୍ରତି ମୂର୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ଏହା ପରେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ। ସେଠାରେ ଡାକ୍ତର, ରୋଗୀମାନଙ୍କ ସହିତ ସ୍ୱାସ୍ଥ୍ୟ କେନ୍ଦ୍ରର ସୁବିଧା ଅସୁବିଧା ସମ୍ବନ୍ଧରେ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଆହାର କେନ୍ଦ୍ର ବୁଲି ଖାଦ୍ୟର ମାନ ପରଖି ଥିଲେ। ନୂତନ ଭାବେ ତିଆରି ଚାଲିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ବୁଲି ଦେଖି ଥିଲେ।ଏହା ପରେ ରଣପୁର ବାଘସାମନ୍ତ ପଡିଆରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରବଳ ବର୍ଷାକୁ ଖାତିରି ନ କରି ହଜାର ହଜାର ମହିଳା ଯୋଗ ଦେଇଥିଲେ। ଏହି ସଭାକାର୍ଯ୍ୟରେ ଲୋକମାନେ ବିଭିନ୍ନ ଅଭିଯୋଗ, ସମସ୍ୟାମୂଳକ ଦରଖାସ୍ତ ୫-ଟି ସଚିବଙ୍କୁ ପ୍ରଦାନ କରିଥିଲେ।ଲୋକମାନଙ୍କ ସମସ୍ୟାଗୁଡିକ ୭ ଦିନ ଭିତରେ ସମାଧାନ କରିବେ ବୋଲି ୫-ଟି ସଚିବ ମତ ଦେଇଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମୂଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ସଚିବ ମତ ଦେଇଥିଲେ। ଏହି ଯୋଜନାରେ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଯୋଗାଇ ଦିଆ ଯାଉଥିବା ବେଳେ ପୁରୁଷମାନଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ବୀମା ଯୋଗାଇ ଦିଆଯାଉଛି।୫-ଟି ସଚିବ ତାଙ୍କର ଅଭିଭାଷଣରେ ନୟାଗଡ ଜିଲ୍ଲାର ପ୍ରତି ଘରକୁ ପାଇପ ଯୋଗେ ଜଳ ଯୋଗଇ ଦିଆଯିବ ବୋଲି କହିଥିଲେ। ଏଥିପାଇଁ ୧୫୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ସେ ଭାଷଣରେ କହିଥିଲେ। ଯଦି ପିଇବା ପାଣି ପାଇବାରେ କୌଣସି ଅସୁବିଧା ହୁଏ, ତାହେେଲେ ୩ ଦିନ ମଧ୍ୟରେ ସମସ୍ୟା ସମାଧାନ କରିବା ପାଇଁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।କୃଷି ସମସ୍ୟାଗୁଡିକୁ ପ୍ରାଥମିକତା ଦିଆଯାଇ ତୁରନ୍ତ ସମାଧାନ କରାଯିବ ବୋଲି ସେ କହିଥିଲେ। ସେହି ଭଳି ଶିକ୍ଷକମାନଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ଏକ ମେମୋରାଣ୍ଡମ ଶିକ୍ଷକ ସଂଘ ପକ୍ଷ ରୁ ପ୍ରଦାନ କରାଯାଇଛି। ସେହିପରି ରଣପୁରକୁ ଦ୍ୱିତୀୟ ଶ୍ରୀ କ୍ଷେତ୍ର ଯାହା ବହୁ ବର୍ଷ ଧରି ରଣପୁର ଜନସାଧାରଣଙ୍କ ଦାବି ଥିଲା ତାହାକୁ ଆଜି ରଣପୁର ଗ୍ରସ୍ତରେ ଆସିଥିବା ସଚିବଙ୍କୁ ଜଗନ୍ନାଥ ସେନା ତରଫତୁ ଦାବିକୁ ଲିଖିତ ଆକାରରେ ପ୍ରଦାନ କରାଯାଇଥିବା ବେଳେ ଏହି ଗସ୍ତ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ନୟାଗଡ ଜିଲ୍ଲାପାଳ ରବିନ୍ଦ୍ର କୁମାର ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ତହସିଲଦାର ଇପ୍ସିତ ସାହୁ,  ବିଡିଓ ଜ୍ୟୋତି ପ୍ରକାଶ ସେଠୀ, ଏସ.ଡି.ପି.ଓ କିରନ ହେମ୍ରମ୍‌, ରଣପୁର ଥାନା ଅଧିକାରୀ ନିହାର ରଂଜନ ମହାନ୍ତିଙ୍କ ସହ ବିଭିନ୍ନ ସରକାରୀ ଅଧୀକାରୀଙ୍କ ସହ ୫ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ,ଏନ.ଏ.ସି. ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ନଗର ସଭାପତି ଲିଙ୍ଗରାଜ ନାୟକଙ୍କ ସହ ସମସ୍ତ କାଉନସିଲର, ସରପଚ, ସମିତିସଭ୍ୟ ପ୍ରମୂଖ ଉପସ୍ଥିତ ଥିଲେ। ବର୍ଷା ସତ୍ୱେ ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା।
ରିପୋର୍ଟ- ଯଦୁନାଥ ସାମନ୍ତରାୟ,ରଣପୁର ।

Post a Comment

0 Comments

Please Select Embedded Mode To show the Comment System.*