ଭୂଷଣ୍ଡପୁରର ମା'ଉଗ୍ରତାରା ମନ୍ଦିରରୁ ଚୋରି ଘଟଣା,ଅଳଙ୍କାର ଉଦ୍ଧାର ୨ଲୁଟେରା ଗିରଫ।

utkalnews7
By
0


ଟାଙ୍ଗୀ,୧।୮,(ଉତ୍କଳ ନ୍ୟୁଜ୍୭) :ଓଡିଶା ପ୍ରସିଦ୍ଧ ତନ୍ତ୍ରପୀଠ ମା'ଉଗ୍ରତାରାଙ୍କ ମନ୍ଦିର ତାଲା ଭାଗିଂ ଲୁଟ୍ ଘଟଣାରେ ୩ଜଣ ଲୁଟେରାଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ଅଳଙ୍କାର ଓ ଗୋଟିଏ ବାଇକ୍ ଜବତ କରିଛି ଟାଙ୍ଗୀ ଥାନା ପୋଲିସ।ସୂଚନାଯୋଗ୍ୟ ଯେ,ଲୁଟେରା ମାନେ ଠାକୁରାଣୀଙ୍କ ଅଳଙ୍କାର ଗତ ଶନିବାର ବିଳମ୍ବିତ ରାତିରେ କରିଥିଲେ ଲୁଟ୍।ଲୁଟେରା ମାନେ ମନ୍ଦିର ତାଲା  ଭାଙ୍ଗି ମନ୍ଦିର ଭିତରେ ପଶି ମା'ଙ୍କର ସୁନା ମୁକୁଟ,ଅଣ୍ଟା ପଟି,ହାର,ହାତ ପଲା,ଆଖି ମଥା ଚିତା,ହାତ ପଟି ଓ ମା ଙ୍କର ଅଳଙ୍କାର ରଖା ଯାଇଥିବା ବାକ୍ସ ଆଦି ସୁନା ରୁପାର ଅଳଙ୍କାର ଲୁଟି ନେଇଥିଲେ।ଘଟଣାସ୍ଥଳରେ ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସହିତ ସାଇଣ୍ଟିଫିକ ଟିମ ତଦନ୍ତ କରିଥିଲା। ମନ୍ଦିର ଭିତରେ ଲାଗିଥିବା ସିସିଟିଭିରେ ଚୋରିର ଦୃଶ୍ୟ ରେକର୍ଡ ହୋଇଥିଲା ।ତିନିଜଣ ଲୁଟେରା ମୁହଁ ରେ ମୁଖା ପିନ୍ଧି କରିଥିଲେ ଲୁଟ୍।


ଲୁଟେରା ମାନେ ଚୋରି କରି ନେଇଥିବା ସୁନା,ରୂପା ଭଳି ମୂଲ୍ୟବାନ ଅଳଙ୍କାର ନେଇଯାଇ ଥିବା ବେଳେ ଅଳଙ୍କାର ରଖା ଯାଉଥିବା ବାକ୍ସ ସମେତ କେତେକ କିଣା ଇମିଟେସନ ଅଳଙ୍କାରକୁ ଚୋର ମାନେ ମନ୍ଦିର ନିକଟସ୍ଥ ଜଂଗଲରେ ଫୋପାଡ଼ି ଦେଇଥିଲେ।ଅଳଙ୍କାରକୁ ପୋଲିସ ଜଂଗଲରୁ ଉଦ୍ଧାର କରିଥିଲା। ଏହା ସହ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ୩ଟି ଟିମ୍ ଗଠନ କରି ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ୍ । ଗିରଫ ଦୁଇ ଜଣ ଲୁଟେରା ହେଲେ ନିରାକାରପୁର ଥାନା ପାଣ୍ଡବପାଟଣା ଗ୍ରାମର ବାଇଧର ପ୍ରଧାନ(୨୨) ଓ ସୁକାନ୍ତ ପ୍ରଧାନ(୩୩) ବୋଲି ଟାଙ୍ଗୀ ଥାନାରେ ଅନୁଷ୍ଠିତ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ।ଏହି ପ୍ରେସମିଟ୍ ରେ ଡି.ଏସ୍.ପି ମୀନାକ୍ଷୀ ଠାକୁର ଓ ଟାଙ୍ଗୀ ଥାନା ଅଧିକାରୀ ସୁଶାନ୍ତ କୁମାର ବେହେରା ଉପସ୍ଥିତ ଥିଲେ।


Post a Comment

0 Comments

Please Select Embedded Mode To show the Comment System.*