Ad Code

Responsive Advertisement

ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଆନ୍ଦୋଳନ ୧୨ ଦିନରେ,ଗ୍ରାମପଞ୍ଚାୟତ ଗୁଡ଼ିକର କାର୍ଯ୍ୟ ଠପ୍ ।


ବୋଲଗଡ଼,୨୯।୮,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଗ୍ରାମ ପଞ୍ଚାୟତ ଗୁଡ଼ିକର  ନିର୍ବାହୀ ଅଧିକାରୀମାନେ  ନିଜର ଦାବି ନେଇ ୧୨ ଦିନଧରି ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ବସିଅଛନ୍ତି | ଓଡିଶା ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘ ନିର୍ଦେଶକ୍ରମେ  ବୋଲଗଡ଼ ବ୍ଲକ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘପକ୍ଷରୁ ପାଞ୍ଚ ଦଫାଦାବି ପୂରଣ ନେଇ ଜିଲ୍ଲାପାଳଙ୍କ ଉଦ୍ୟେଶରେ ଗତ ମାସ ୪ ତାରିଖ ଦିନ  ବୋଲଗଡ଼ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ | ଦାବି ଗୁଡିକ ମଧ୍ୟରେ ଶିକ୍ଷାଗତ ଯୋଗ୍ୟତା +୨ ବଦଳରେ +୩ କରାଯିବା ,ଓ ଆରଏସ.ପି  ନିୟମ ୧୭ ଅନୁଯାଇ ଲେବୁଲ ୯ ର ଦରମାପ୍ରଦାନ, କ୍ୟାଡର ଭୁକ୍ତ କରିବା ଓ ୧୦ ବର୍ଷ ଧରି କାର୍ଯ୍ୟ କରିଥୁବା ନିର୍ବାହୀ ଅଧିକାରୀଙ୍କୁ ପଦୋନ୍ୟୁତ କରିବା ଆଦି ପ୍ରମୁଖ ଦାବି ରହିଅଛି l ଏହି ଦାବିନେଇ ସଙ୍ଘ ପକ୍ଷରୁ ବାରମ୍ବାର ଦାବିଥିଲେ ମଧ୍ୟ ସରକାର କର୍ଣ୍ଣପାତ କରିନାହାନ୍ତିl ତେଣୁ ଏହି ଦାବିପତ୍ର ଅନୁସାରେ ରାଜ୍ୟସରକାର କୌଣସି ନିଷ୍ପତି ଯଦି ଗ୍ରହଣ ନ କରିବାରୁ ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟଠାରେ ଧାରଣାରେ ବସିଅଛନ୍ତି।ଫଳରେ ବୋଲଗଡ  ଗ୍ରାମ ପଞ୍ଚାୟତଗୁଡ଼ିକର  ବିଭିନ୍ନ ସରକାରୀ ଉନ୍ନତିମୂଳକ କାର୍ଯ୍ୟରେବାଧକ ସାଜିଛି।ଏଥି ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ବୋଲଗଡ ବ୍ଲକ ଅଞ୍ଚଳର  ଜନସାଧାରଣମାନେ ଅନୁରୋଧ କରିଛନ୍ତି।

Post a Comment

0 Comments