ବାଙ୍କୋଇ ଶହୀଦ ମାଟିରେ "ମେରୀ ମାଟି ମେରl ଦେଶ " କାର୍ଯ୍ୟକ୍ରମ ଉଦଘାଟିତ ।

utkalnews7
By
0



ଦିଲ୍ଲୀସ୍ଥିତ ଅମୃତ ବାଟିକାକୁ ଗଲା ଶହୀଦ୍  କାଳିଆ ଭୂଇଁମୂଳ ଜନ୍ମ ମାଟି।


ବୋଲଗଡ଼,୨୯।୮,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ବାଙ୍କୋଇ ଦେଶ ଗଡ଼ସ୍ଥିତ ବୀର ବରପୁତ୍ର ସ୍ୱାଧୀନତା ସଂଗ୍ରାମୀ  ପାଇକ ସର୍ଦାର ଶହୀଦ କଳାସିଂହ  କାଳିଆ ଭୂଇଁମୂଳ ସଂସଦ ଆନୁକୂଲ୍ୟରେ ଓ ଶହୀଦ ଦାୟାଦ ଡ଼ଃ କୃଷ୍ଣ ଚନ୍ଦ୍ର ପଟ୍ଟନାୟକଙ୍କ ଆବାହକତ୍ୱରେ  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର "ବସୁଧା ବନ୍ଧନ ଓ ବୀରଙ୍କୁ ଚନ୍ଦନ" ଆହ୍ୱାନକ୍ରମେ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ସାଗରଗାଁସ୍ଥିତ ବିଦ୍ୟାବିକାଶ ନିକେତନ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଡ଼ଃ କୃଷ୍ଣ ଚନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଶହୀଦ ଅମୀୟ କୁମାର ପଟ୍ଟନାୟକଙ୍କ କନିଷ୍ଠ ପୁତ୍ର ସମୀର କୁମାର ପଟ୍ଟନାୟକ , ମୁଖ୍ୟବକ୍ତା ଭାବେ ନିଲୁ ସାହୁ ଓ ସଂମ୍ମାନିତ ଅତିଥିଭାବେ ରଶ୍ମିରଂଜନ ଜେନା, ଶ୍ରୀରାମ ନାୟକ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାବିକାଶ ନିକେତନର ଛାତ୍ରଛାତ୍ରୀମାନେ ଦେଶାତ୍ମକ ସଂଗୀତ ଗାନ କରିଥିଲେ । ସଭାପତି କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ସ୍ୱାଗତ ଭାଷଣଦେଇ ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେସଙ୍ଗେ।ଐତିହାସିକ ପ୍ରଥମ ସ୍ୱାଧୀନତା ଆନ୍ଦୋଳନ ୧୮୧୭ ମସିହା ଖୋର୍ଦ୍ଧା ପାଇକ ବିଦ୍ରୋହରେ  ଭାରତର ସ୍ୱାଧୀନତା ପାଇଁ ଇଂଗ୍ରେଜମାନଙ୍କ ବିରୋଧରେ ମାତୃଭୂମିର ମୁକ୍ତି ପାଇଁ ବାଙ୍କୋଇଦେଶ ଗଡ଼ର ଫlସି ପାଇଥିବା ବୀର ବରପୁତ୍ର ତଥା ପାଇକ ସର୍ଦାର ସ୍ୱାଧୀନତା ସଂଗ୍ରାମୀ ଶହୀଦ କଳlସିଂହ କାଳିଆ ଭୂଇଁମୂଳଙ୍କ ଜୀବନୀ ସମ୍ପର୍କରେ କୋହଭରା ମନରେ ବର୍ଣ୍ଣନା କରିଥିଲେ । ସମସ୍ତ  ନିମନ୍ତ୍ରିତ ଅତିଥିମାନେ "ମେରୀ ମାଟି ମେରା ଦେଶ " ଶୀର୍ଷକ ଆଲୋଚନା ଚକ୍ରରେ ଛାତ୍ରଛାତ୍ରୀମାନଙ୍କୁ  ଦେଶର ସୁରକ୍ଷା,ବୀର ଯବାନ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ସମ୍ପର୍କରେ ହିତ ଉପଦେଶ ଦେଇଥିଲେ।ଏହି ଦେଶାତ୍ମକ କାର୍ଯ୍ୟକ୍ରମକୁ ଶିକ୍ଷକ ରବୀନ୍ଦ୍ର କୁମାର, କ୍ଷୀରୋଦ ଚନ୍ଦ୍ର ରଥ ଓ ଶିକ୍ଷୟତ୍ରୀ ମିତାରାଣୀ ଦେଇ ସହଯୋଗକରି ପରିଚାଳନା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ "ବସୁଧା ବନ୍ଧନ ଓ ବୀରଙ୍କୁ ଚନ୍ଦନ " ସଂମ୍ମାନଅର୍ଥେ  ବାଙ୍କୋଇ ଦେଶଗଡ଼ସ୍ଥିତ ଶହୀଦ କାଳିଆ ଭୂଇଁ ମୂଳଙ୍କ ପୈତୃକ ବାସଭବନ ସମ୍ମୁଖରେ ପବିତ୍ର ହୋମଯଜ୍ଞ  କରାଯାଇଥିଲା । ଏହି ହୋମ ଯଜ୍ଞରେ ପଣ୍ଡିତ ଲଷ୍ମୀଧର  ପଣ୍ଡା ଓ ରବୀନ୍ଦ୍ର ରାୟଗୁରୁ ପ୍ରମୁଖ ଯୋଗଦେଇ ହୋମ ଯଜ୍ଞ ଓ ପୂଜାପାଠ କରିଥିଲେ। ବିଶ୍ୱର କଲ୍ୟାଣ ଓ ଭାରତ ମାତାର ସୁରକ୍ଷା ପାଇଁ ପଣ୍ଡିତମାନଙ୍କ ଦ୍ୱାରା  ଶୁଭ କଳସରେ ବୀର ମାଟିକୁ ସସଂମ୍ମାନେ  ହରିବୋଲ, ହୁଳହୁଳି ଓ ଭାରତ ମାତାକି ଜୟ ଧ୍ୱନି ଦେଇ ନୂଆ ଦିଲ୍ଲୀସ୍ଥିତ ଅମୃତ ବାଟିକା ନିକଟକୁ ପଠା ଯାଇଥିଲା । ପରିଶେଷରେ ଶିକ୍ଷକ ଜିତେନ୍ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*