ଆମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର,ପୋଲିସର ତଦନ୍ତ ଆରମ୍ଭ ।

utkalnews7
By
0


ଟାଙ୍ଗୀ,୨୭।୮,(ଉତ୍କଳ ନ୍ୟୁଜ୍୭) : ପାରିବାରିକ କଳହର କରୁଣ ପରିଣତି ଆମ୍ବ ଗଛରୁ ଯୁବକଙ୍କ ମୃତ ଦେହ ଜବତ,ପୋଲିସ ର ତଦନ୍ତ ଆରମ୍ଭ ।ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଡିଆ କପିଳେଶ୍ୱର ପଡ଼ିଆରେ ଥିବା ଏକ ଆଦିବାସୀ ସଂପ୍ରଦାୟର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆଦିବାସୀ ସଂପ୍ରଦାୟର ଜଗା ପ୍ରଧାନ। ମୃତଦେହ ଏକ ଆମ୍ବଗଛରେ ଝୁଲୁଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜବତ କରିଛି। ମୃତକଙ୍କ ମୃତ ଦେହ ଆମ୍ବଗଛରେ ଝୁଲୁଥିବାର ମୃତକଙ୍କ ଦେଖିବାକୁ ପାଇଥିଲେ। ମୃତଦେହଟିକୁ ଗଛରୁ ଓହ୍ଲାଇ ପରିବାର ଲୋକେ ପୋଡ଼ିବା ପାଇଁ ନେବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ପହଞ୍ଚି ମୃତ ଦେହ ଜବତ କରିବା ସହିତ  ଶବ ବ୍ୟବଚ୍ଛେଦ  ପାଇଁ  ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି। କୌଣସି କାରଣରୁ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥିଲା। ଶେଷରେ ତାଙ୍କ ସ୍ବାମୀ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ ବୋଲି ତାଙ୍କ ସ୍ତ୍ରୀ ପୋଲିସ  ଆଗରେ କହିଛନ୍ତି। ତେବେ ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ। ଅନ୍ୟ ପକ୍ଷରେ ଦିର୍ଘ  ବର୍ଷ ହେବ ଜଗା ପ୍ରଧାନ ତାର ପରିବାର ଧରି କପିଳେଶ୍ୱର ପଡ଼ିଆରେ ରହି ଆସୁଥିବା ଜଣାପଡିଛି।

Post a Comment

0 Comments

Please Select Embedded Mode To show the Comment System.*