ଡ଼ଙ୍ଗାରେ ବସି ଚିଲିକା ଖନନ କାର୍ଯ୍ୟର ତଦାରଖ କଲେ ଭୁବନେଶ୍ୱର ସାଂସଦ ।

 


ଟାଙ୍ଗୀ,୨୭।୮,(ଉତ୍କଳ ନ୍ୟୁଜ୍୭) : ପୋତି ହେଉଛି ଚିଲିକା ଜୀବିକା ହରାଉଛନ୍ତି ମତ୍ସ୍ୟଜୀବୀ।ଚିଲିକାରେ ନିଜର କୌଳିକ ବୃତ୍ତି ଛାଡ଼ି ଯାଉଛନ୍ତି ଯାଯନ ଖଟିବାକୁ୍।ତେବେ ମତ୍ସ୍ୟଜୀବୀ ମାନଙ୍କ ସମସ୍ୟା ସମ୍ପର୍କରେ ଭୁବନେଶ୍ୱର ସାଂସଦ ଅବଗତ ହେବା ପରେ ଆଜି ଠାରୁ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇଛି ଚିଲିକା ନାଳ ଖନନ କାର୍ଯ୍ୟର ତଦାରଖ କରିଛନ୍ତି। ସୂଚନାଯୋଗ୍ୟ ଯେ,ଖୋର୍ଦ୍ଧା ଜିଲ୍ଲା ଚିଲିକା ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀଙ୍କ ଆବଶ୍ୟକତା ଏବଂ ଅନୁରୋଧକ୍ରମେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଭୂଷଣ୍ଡପୁର, ମଙ୍ଗଳାଯୋଡି, ସୁନ୍ଦରପୁର ଅଞ୍ଚଳ ପରିଦର୍ଶନ କରି ମତ୍ସ୍ୟଜୀବୀ ମାନଙ୍କ ସମସ୍ୟା ବୁଝିବା ସହ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ମନ୍ତ୍ରୀ  ଭୂପେନ୍ଦ୍ର ଯାଦବଙ୍କୁ ଚିଠି ଲେଖି ସାକ୍ଷତ କରିଥିଲେ।ଭୁବନେଶ୍ୱର ସାଂସଦଙ୍କ ନିୟମିତ ପ୍ରୟାସ ଏବଂ କର୍ତ୍ତବ୍ୟବୋଧ ଯୋଗୁଁ ୨୩ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁରୀ ହେବା ସହ ପ୍ରଥମ ପର୍ଯ୍ୟାୟରେ ଆବଶ୍ୟକୀୟ ଅର୍ଥ ପ୍ରଦାନ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଛି। ଚିଲିକା ନାଳ ଖନନ କାର୍ଯ୍ୟ କିପରି ଚାଲିଛି ଏନେଇ ଆଜି ଭୁବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ ନିଜେ ଓ ମତ୍ସ୍ୟଜୀବୀ ମାନଙ୍କୁ ସାଥିରେ ନେଇ ବାଲିପାଟପୁର ଜେଟି ଠାରୁ ଡଗାଂରେ ଯାଇ କାର୍ଯ୍ୟ ତଦାରଖ କରିଛନ୍ତି।ଚିଲିକା ନାଳ ଖନନ ହେଲେ ୨୫ ହଜାରରୁ ଉର୍ଦ୍ଧ୍ଵ ମତ୍ସ୍ୟଜୀବୀ ପରିବାର ଅର୍ଥାତ ଏକଲକ୍ଷରୁ ଉର୍ଦ୍ଧ୍ଵ ଲୋକେ ଉପକୃତ ହେବେ। ମତ୍ସ୍ୟଜୀବୀ ମାନଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ଅନୁଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଭାଗୀୟ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ସାସଂଦ ଅପରାଜିତା ଷଡ଼ଙ୍ଗୀ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।ମତ୍ସ୍ୟଜୀବିମାନଙ୍କୁ ନେଇ ଏକ ୭ ଜଣିଆ ତଦାରଖ କମିଟି ଗଠନ କରି ଚିଲିକା ଡେଭଲପମେଣ୍ଟ ଅଥରିଟି ସହିତ ଆଲୋଚନା କରି କିଭଳି ଭଲ କାମ ହୋଇପାରିବ ସେ ସଂମ୍ପର୍କରେ ଆଲୋଚନା କରିଛନ୍ତି।

Previous Post Next Post