ଯୁବକଙ୍କ ମୃତଦେହ ରାସ୍ତା କଡ଼ରୁ ଉଦ୍ଧାର, ହତ୍ୟା ସନ୍ଦେହ।

utkalnews7
By
0


କୋରାପୁଟ,୧୭।୦୮,(ଉତ୍କଳ ନ୍ୟୁଜ୍୭) : ଆଜି ସକାଳ ସମୟରେ ରାୟଗଡ଼ା ଜିଲ୍ଲା ୩୨୬ ନଂ ଜାତୀୟ ରାଜପଥ ରୁଣ୍ଡିଆମ୍ବ ନିକଟ ରସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତକ ଜଣକ ହେଲେ କୋରାପୁଟ ସଦର ବାଗରା ଗୁଡ଼ା ଗ୍ରାମର ବନ୍ଧୁ ଭୋଈ।ସୂଚନା ଅନୁସାରେ, ବନ୍ଧୁ ଭୋଈ ମଙ୍ଗଳବାର ଠାରୁ କାମକୁ ଯାଇ ଘରକୁ ଫେରିନଥିଲେ। ଗୁରୁବାର ମୃତଦେହ ରାସ୍ତା କଡ଼ରେ ପଡ଼ିଥିବା ଦେଖିବାକୁ ମିଳିଛି। ଖବର ପାଇ ସ୍ଥାନୀୟ ବାସିନ୍ଦା ସହ ପରିବାର ବର୍ଗ ଘଟଣା ସ୍ଥଳରେ ପହଞ୍ଚିବା ସହ କୋରାପୁଟ ସଦର ଥାନାକୁ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ କୋରାପୁଟ ସଦର ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ପରିବାର ଲୋକେ ହତ୍ୟା ଅଭିଯୋଗ କରିଥିବା ବେଳେ ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ଠାରୁ ସୂଚନା ମିଳିଛି।

Post a Comment

0 Comments

Please Select Embedded Mode To show the Comment System.*