୯ଦଫା ଦାବିନେଇ ବ୍ଲକ ଘେରାଉ କଲା ବୋଲଗଡ଼ ବ୍ଲକ କଂଗ୍ରେସ ।

utkalnews7
By
0


ବୋଲଗଡ଼,୧୮।୮,(ଉତ୍କଳ ନ୍ୟୁଜ୍୭) : ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କଂଗ୍ରେସ ପକ୍ଷରୁ ଗୋବନ୍ଧୁ ଛକଠାରୁ ବିଶାଳ ଶୋଭାଯାତ୍ରା କରି ୯ଦଫା ଦାବି ନେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରା ଦେଇଥିଲେ ।ପରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରିଥିଲେ ।ପ୍ରମୁଖ ଦାବି ମଧ୍ୟରେ ବ୍ଲକରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟରେ ୨୫ରୁ ୪୦ପର୍ସେଣ୍ଟ ଖାଲି ପଡ଼ିଥିବା ୨ଲକ୍ଷରୁ ଉର୍ଦ୍ଧ୍ବ ପଦବୀ ପୂରଣ କରିବା , ବେକାରୀ ଦୂରୀକରଣ କରିବା ,ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମ ନିୟନ୍ତ୍ରଣ କରିବା ,କୃଷିଜାତ ଦ୍ରବ୍ୟର ଅଭାବୀ ବିକ୍ରି ବନ୍ଦ , କଟଣି ଛଟଣି ବନ୍ଦ ଓ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବା ଏବଂ ଟାଟା କମ୍ପାନୀର ବିଦ୍ୟୁତ୍ ଯୋଗାଣରେ ଖାଉଟି ଶୋଷଣ ବନ୍ଦ କରିବା ଭଳି ପ୍ରତିବାଦ କରି ଆନ୍ଦୋଳନ କରିଥିଲେ ।ଏହି ଅନ୍ଧୋଳନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥିବୀ ବଲ୍ଲଭ ପଟ୍ଟନାୟକ,ବ୍ଲକ ସଭାପତି ସଞ୍ଜୟ କୁମାର ସୁବୁଦ୍ଧି ,ବରିଷ୍ଟ କଂଗ୍ରେସ ନେତା ମାଧବ ଚନ୍ଦ୍ର ବିଶ୍ବାଳ , ଧିରେଶ ମହାପାତ୍ର ,ପ୍ରଭାତ ପରିଡ଼ା ପ୍ରମୁକ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ । ସୁରକ୍ଷା ଦୃଷ୍ଟିରୁ ବୋଲଗଡ଼ ଥାନା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*