Ad Code

Responsive Advertisement

ଖୋଲା ବଜାର ରେ ବିକ୍ରି ହେଉଛି ଚୋରା ମଦ ପୋଚ ପଛରେ ପଡିଛି ରାଜ ସୁନାଖଳା ପୋଲିସ ।


ରଣପୁର/ରାଜସୁନାଖଳା,୧୯।୮,(ଉତ୍କଳ ନ୍ୟୁଜ୍୭): ବଜାର ରେ ଖୁଲମ ଖୁଲା ବିକ୍ରି ହେଉଛି ଚୋରା ଦେଶୀ ମଦ l ମାତ୍ର ପୋଚ ଜବତ କରି ବାହାସ୍ଫୋଟ ମାରୁଛି ପୋଲିସ l ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅଞ୍ଚଳରେ l ସୂଚନା ଅନୁସାରେ ରାଜ ସୁନାଖଳା ଫାଣ୍ଡି ସନ୍ନିକଟ ଦୁର୍ଗାବଜାର ର ଜନଗହଳିପୂର୍ଣ୍ଣ ଏକ ପାନ ଦୋକାନରେ ଦେଶୀ ଚୋରା ମଦ ବିକ୍ରି ହେଉଥିବା ବେଳେ ସ୍ଥାନୀୟ ଫାଣ୍ଡି ପୋଲିସ ଜାଣତରେ ଏଭଳି କାରବାର ହେଉଥିବା ବାରମ୍ବାର ଅଭିଯୋଗ ହେଉଥିଲା l ମାତ୍ର ପୋଲିସ ମଦ ବେପାରୀକୁ ଗିରଫ କରି ନ ଥିଲା l ପରବର୍ତୀ ସମୟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଉକ୍ତ ମଦ ବେପାରୀକୁ ଧରିଥିଲା  ଅବକାରୀ ବିଭାଗ l ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜ ସୁନାଖଳା ଫାଣ୍ଡି ପୋଲିସ ର ମଦ ବେପାରୀ ପ୍ରୀତିକୁ ନେଇ ବହୁ ସମାଲୋଚନା ହୋଇଥିଲା l ତେବେ ପୋଲିସ ନିଜର ସମ୍ମାନ ବଞ୍ଚାଇବାକୁ ସୁର୍କାବାଡି ଜଙ୍ଗଲ ଭିତରେ ରନ୍ଧା ହେଉଥିବା 1ହଜାର ଲିଟର ଦେଶୀ ମଦ ପୋଚ ସହ 20 ଲିଟର ଦେଶୀ ମଦ  ଜବତ କରି କାସନ୍ଦା ଗାଁ ର ବ୍ୟବସାୟୀ ଗୋଲଖ ସାହୁ କୁ ଗିରଫ କରିଛି l ତେବେ ପୋଲିସ ର ଏଭଳି ପକ୍ଷପାତିତା କୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ସମାଲୋଚନା କରିବା ସହ ପ୍ରକୃତ ବ୍ୟବସାୟୀ ଙ୍କୁ ଗିରଫ ପାଇଁ ନୟାଗଡ଼ ଏସ ପି ଙ୍କୁ ଦାବି ଜଣାଇଛନ୍ତି l

Post a Comment

0 Comments