ସତ୍ୟବାଦୀରେ ୫-ଟି ସଚିବଙ୍କୁ କାଳି ମାଡ,ଜଣେ ଅଟକ ।

utkalnews7
By
0


ପୁରୀ,୧୯।୮,(ଉତ୍କଳ ନ୍ୟୁଜ୍୭): ବଦଳୁଛି ରାଜ୍ୟ ଚାଲିଛି ବିକାଶ,ରାଜ୍ୟର ବିଭିନ୍ନ ଜିଲ୍ଲା ବୁଲି ଲୋକଙ୍କ ଲାଗି ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିନିଧି ଭାବରେ ଲୋକଙ୍କ ପାଖରେ ଠିଆ ହୋଇ ସୁଖଦୁଃଖ ବୁଝୁଛନ୍ତି ୫-ଟି ସଚିବ ।ହେଲେ  ଆଜି ପୁରୀ ଗସ୍ତରେ ୫-ଟି ସଚିବ ଭିକେ ପାଣ୍ଡିଆନ ଏକ ଅଭାବନୀୟ ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେ ସତ୍ୟବାଦୀରେ ଜନସାଧାରଣଙ୍କୁ ସାକ୍ଷାତ କରୁଥିବା ବେଳେ ସେଠାରେ ତାଙ୍କ ମୁହଁକୁ କେହି କାଳି ଫିଙ୍ଗି ଦେଇଥିବା ଜଣାପଡିଛି। ଫଳରେ ପାଣ୍ଡିଆନ ଏବଂ ସେଠାରେ ଉପସ୍ଥିତ ଥିବା ପୁରୀ ଜିଲ୍ଲାପାଳଙ୍କ ମୁହଁରେ କାଳି ଲାଗିଥିଲା।


ତେବେ ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ସେଠାରୁ ନ ଫେରି ସେହିପରି ଅବସ୍ଥାରେ ଲୋକଙ୍କ ସାକ୍ଷାତ କରିଛନ୍ତି। ସେହି ଭିଡ ଭିତରୁ କେତେକ ମହିଳା ତାଙ୍କ ପଣତ କାନିରେ ୫-ଟି ସଚିବଙ୍କ ମୁହଁରୁ ଭାବ ବିହୋଳ ହୋଇ କାଳି ପୋଛିବା ସହ କେତେକ ମହିଳା ପାଣ୍ଡିଆନଙ୍କ ହାତରେ ରାକ୍ଷୀ ବାନ୍ଧୁଥିବାର ମଧ୍ୟ ଦେଖିବାକୁ ମିଳିଛି।ତେବେ ଏପରି ପରିସ୍ଥିତିରେ ପାଣ୍ଡିଆନ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ ନ କରି ସମସ୍ତଙ୍କ ସହିତ ଆଲୋଚନା କରିଥିଲେ।ତେବେ ଘଟଣା ସ୍ତଳରୁ ୫-ଟି ସଚିବଙ୍କ ଉପରକୁ କାଳି ଫିଙ୍ଗିଥିବି ବ୍ୟକ୍ତି କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି।

Post a Comment

0 Comments

Please Select Embedded Mode To show the Comment System.*