ଛତୁ ଚାଷ ତାଲିମ୍ ଶିବିରରେ : ୮୦ଜଣ ମହିଳା ନେଲେ ଟ୍ରେନିଂ।

utkalnews7
By
0


ଖୋର୍ଦ୍ଧା,୧୯।୮,(ବ୍ୟୁରୋ): ମହିଳା ମାନେ ଆତ୍ମନିର୍ଭରଶୀଳ ହେବା ଲାଗି ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କୁ ସରକାର ବିଭିନ୍ନ ପ୍ରକାରର କୃଷି ଭିର୍ତ୍ତିକ ଟ୍ରେନିଂ ଦେଉଛନ୍ତି । ଆଜି ଗୋପବନ୍ଧୁ ମହିଳା ଚାଷୀ ଉତ୍ପାଦକ କମ୍ପାନୀ ଲି. ତରଫରୁ, ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ୍ ଅଧିନ ଜାମୁକୋଳି ଓ ପଞ୍ଚୁପଲ୍ଲୀ ପଞ୍ଚାୟତ ଗ୍ରାମରେ ଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଆଜି ଛତୁ ଚାଷର ତାଲିମ ଦିଆଯାଇଛି। ପ୍ରତିଶ୍ରୁତି ଅନୁଷ୍ଠାନର ନିର୍ଦ୍ଦେଶକ ବିଜୟ କେତନ ଜେନା, ଛତୁଚାଷ କରି ମହିଳାମାନେ  କିପରି ରୋଜଗାରକ୍ଷମ ହୋଇପାରିବେ ସେ ବିଷୟରେ ମହିଳା ମାନଙ୍କୁ ବୁଝାଇଥିଲେ। ଗ୍ରାଟ ଥଟନ ଅନୁଷ୍ଠାନର ମୌମ୍ୟା ପୃଷ୍ଟି ମହିଳା ମାନଙ୍କୁ କହିଥିଲେ ଛତୁରୁ ଆମେ କିପରି ଜାମ, ଜେଲି, ଆଚାର ଆଦି ପ୍ରସ୍ତୁତ କରି ବଜାରରେ ବିକ୍ରି କରି ଭଲ ରୋଜଗାର କରିପାରିବା।କୃଷି ବିଜ୍ଞାନ କେନ୍ଦ୍ର ଖୋର୍ଦ୍ଧା, ଆଇ.ସି.ଏ.ଆର. (ସିଫା) ତରଫରୁ ବରିଷ୍ଠ ବୈଜ୍ଞାନିକ ଅଜୟ କୁମାର ଦାସ ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇ ଛତୁ ଚାଷ ଏକ ଲାଭଜନକ ବ୍ୟବସାୟ ବୋଲି କହିଥିଲେ। ଏହି ତାଲିମ୍  କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚିନ୍ମୟୀ ପ୍ରଧାନ, ମମତା ବସ୍ତିଆ, ପୁଷ୍ପଲତା ମହାପାତ୍ର, ବାଳାମଣୀ ନାୟକ, ଛବି ଖଟେଇ, ରୀନା ସାମନ୍ତରାୟ, ଅହଲ୍ୟା ସୁବୁଦ୍ଧି, ବେବିନା ବେହେରା ପ୍ରମୁଖ ପରିଚାଳନା କରିଥିଲେ ।ମହିଳା ମାନେ ଏହି ଛତୁ ତାଲିମ୍ କାର୍ଯ୍ୟକ୍ରମରେ ଯୋଗଦେଇ ଖୁସି ବ୍ୟକ୍ତ କରିଥିବା ଜଣାପଡିଛି।

Post a Comment

0 Comments

Please Select Embedded Mode To show the Comment System.*