ବ୍ଲକ ପି.ଇ.ଓ. ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ।

utkalnews7
By
0


ଭାପୁର,୧୯।୮,(ଉତ୍କଳ ନ୍ୟୁଜ୍୭) : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ପୂର୍ବ ଘୋଷଣା ମୁତାବକ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ ଲାଗି କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବାରୁ ଶୁକ୍ରବାର ଦିନ ଠାରୁ ଭାପୁର ବ୍ଲକ ପି.ଇ.ଓ. ସଂଘର ସମସ୍ତ କର୍ମଚାରୀ ବି.ଡି.ଓ ଙ୍କୁ ଲିଖିତ ଭାବରେ ଜଣେଇ ଛୁଟି ରେ ରହି ଧାରଣାରେ ବସିଛନ୍ତି । ପିଇଓ ପଦବୀର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ରୁ ଯୁକ୍ତ ତିନିକୁ ବୃଦ୍ଧି,ଦରମାହାର ଲେବଲ୍ - ୫ ରୁ ଲେବଲ୍ - ୯ କୁ ଧାର୍ଯ୍ୟ କରିବା,ନୂତନ ପଦବୀ ସୃଷ୍ଟି କରି ୧୦ ବର୍ଷ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ପିଇଓ ଙ୍କୁ ଜିପିଡିଓ ପଦବୀ ପୂରଣ ଆଦି ଦାବି ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ଉପସ୍ଥାପନ କରାଯାଇଛି ।ଗତ କିଛି ଦିନ ଧରି ପିଇଓ ମାନେ କଳା ବ୍ୟାଜ ପରିଧାନ କରି କାର୍ଯ୍ୟ କରି ଆସୁଥିଲେ କିନ୍ତୁ, ସଂଘ ର ନିଷ୍ପତି ଅନୁଯାୟୀ ଶୁକ୍ରବାର ଠାରୁ ପିଇଓ କର୍ମଚାରୀ ମାନେ ଛୁଟି ରେ ରହି ଧାରଣା ରେ ବସି ରହିଛନ୍ତି । ଭାପୁର ବ୍ଲକ ର ୨୦ ଟି ପଞ୍ଚାୟତ ପାଇଁ ୧୩ ଜଣ ପିଇଓ ଧାରଣା ରେ ବସିଥିବା ନେଇ ସଭାପତି ଅନିଲ୍ କୁମାର ଦାସ ଓ ସମ୍ପାଦକ ରାଧା ରମଣ ଦଳବେହେରା ଙ୍କ ଠାରୁ ପ୍ରକାଶ ।

Post a Comment

0 Comments

Please Select Embedded Mode To show the Comment System.*