କାଳିମାଡ଼ ଘଟଣା, ମହାନତା ଦେଖାଇଲେ ୫-ଟି ସଚିବ : ଭାସ୍କରକୁ ଛାଡ଼ିଲା ପୋଲିସ।

utkalnews7
By
0


ପୁରୀ,୨୦।୮,(ବ୍ୟୁରୋ) : ସତ୍ୟବାଦୀରେ ୫ଟି ସଚିବଙ୍କୁ ରାଜନୈତିକ ଅକ୍ରୋସ ରଖି କାଳିମାଡ଼ ଘଟଣା ।୫-ଟି ସଚିବଙ୍କ ନିର୍ଦ୍ଦେଶରେ , କାଳିମାଡ଼ ଘଟଣାରେ ଗିରଫ ଭାସ୍କର ସାହୁକୁ ପୋଲିସ  ଛାଡ଼ି ଦେଇଥିବା ସୂଚନା ମିଳିଛି।ଏ ପରି ମହାନତା ଲାଗି ୫-ଟି ସଚିବ ଙ୍କୁ କୃତଜ୍ଞତା ଜଣାଇଛନ୍ତି ଗିରଫ ବ୍ୟକ୍ତି ଙ୍କ ଭାଇ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି କେ ପାଣ୍ଡିଆନ୍‌ ଗତକାଲି ଶନିବାର ଦିନ ଜନସାଧାରଣଙ୍କ ଅଭିଯୋଗ ଶୁଣିବାକୁ ପୁରୀ ଜିଲ୍ଲା ସତ୍ୟବାଦୀ ଯାଇଥିଲେ । ସେଠାରେ ତାଙ୍କ ଉପରକୁ ଭାସ୍କର ସାହୁ ନାମକ ଜଣେ ଯୁବକ ଏହି କାଳିମାଡ଼ କରିଥିବା ଜଣାପଡ଼ିଥିଲା l ଘଟଣା ପରେ ଉପସ୍ଥିତ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେବା ପୂର୍ବରୁ ପୁଲିସ ଭାସ୍କରଙ୍କୁ ସୁରକ୍ଷିତ ଭାବେ ଭିଡ଼ରୁ ଆଣି ନିଜ ହେପାଜତରେ ରଖିଥିଲା । ପରେ ଭାସ୍କର ସାହୁଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ତାଙ୍କୁ ସୁରକ୍ଷିତ ଭାବେ ପୁଲିସ ଛାଡ଼ି ଦେଇଥିଲା। ଭାସ୍କରଙ୍କୁ ଛାଡ଼ିବା ପାଇଁ ପୁଲିସକୁ ୫ଟି ସଚିବଙ୍କ ନିର୍ଦ୍ଦେଶ ମିଳିଥିବା ସାଧାରଣରେ ଆଲୋଚନା ହେଉଛି ।ଏ ସମ୍ପର୍କରେ ଭାସ୍କର ସାହୁଙ୍କ ବଡ଼ଭାଇ ରତ୍ନାକର ସାହୁ ଜାଣିବା ପରେ ୫ଟି ସଚିବଙ୍କୁ କୃତଜ୍ଞତା ଜଣାଇବା ସହ ଏଭଳି କାଳିମାଡ଼ ଘଟଣାକୁ ନିନ୍ଦା କରିଛନ୍ତି । ଏତେ ବଡ଼ ଘଟଣା ପରେ ବି ଭାସ୍କରଙ୍କୁ ୫ଟି ସଚିବ କ୍ଷମା କରିଛନ୍ତି । ଯାହାକୁ ନେଇ ରତ୍ନାକର ଭାବବିହ୍ବଳ ହୋଇପଡ଼ିଥିଲେ । ଏଥି ସହ ସୁରକ୍ଷିତ ଭାବେ ନିଜ ଭାଇକୁ ଫେରିପାଇଥିବାରୁ ସେ ପୁରୀ ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି ।ତେବେ ରାଜ୍ୟ ରାଜନୀତିରେ ଏହି କାଳିମାଡ଼ ଘଟଣା ଚର୍ଚ୍ଚା ର ଶିରୋନାମା ପାଲଟି ଥିବା ବେଳେ ଏଥିରେ ପଡ଼ିଛି ପୂର୍ଣ୍ଣଛେଦ।

Post a Comment

0 Comments

Please Select Embedded Mode To show the Comment System.*