ସାନପଦର ନୂତନ ପାସେଞ୍ଜର ହଲ୍ଟ ଶିଳାନ୍ୟାସ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।

utkalnews7
By
0


ବୋଲଗଡ,୨୧।୮,(ଉତ୍କଳ ନ୍ୟୁଜ୍୭) : ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା ବଲାଙ୍ଗୀର ନୂତନ ରେଳ ପଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାନପଦରଠାରେ  ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟିର ବହୁ ଦିନର ଦାବି ପରେ ଆଜି ସୋମବାର ଦିନ ପସେଞ୍ଜର ହାଲ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଦେଇଥିଲେ ।ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ପାଇଁ ଏକ କୋଟି ଟଙ୍କା ମଞ୍ଜୁର ହୋଇଥିବା ସୂଚନା ଦେଇଛନ୍ତି ।ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା ।ଏଥିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି , ଜିଲ୍ଲା ବିଜେପି ସଭାପତି ରଶ୍ମି ରଂଜନ ମହାପାତ୍ର ,ସାଂସଦ ପ୍ରତିନିଧି ପ୍ରକାଶ ରଣବିଯୁଳି ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ଷଡ଼ଙ୍ଗୀ ,  ପୂର୍ବତଟ ରେଳ ଡିଭିଜନ ଖୋର୍ଦ୍ଧା ରୋଡ଼ର ସହକାରୀ ଉନ୍ନୟନ ଅଧିକାରୀ ଡି .ପ୍ରକାଶ ରାଓ ,ବରିଷ୍ଟ ସେକ୍ସନ ଇଂଜିନିୟର ବି .ସତ୍ୟନାରାୟଣ , ମୁଖ୍ୟ ବାଣିଜ୍ୟକ ନିରୀକ୍ଷକ ଟି. ସି .କାନିଲା, ସ୍ଥାନୀୟ ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ , ବିଜୟ ଗୁମାନସିଂ , ଅଜୟ ମଙ୍ଗରାଜ , ସୁରେଶ ଚନ୍ଦ୍ର ମହାପାତ୍ର , ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ ।ଶିକ୍ଷାବିତ୍ ରାଜ କିଶୋର ବ୍ରହ୍ମ ସଭାପତିତ୍ବ କରିଥିବା ବେଳେ  ଅର୍ଜୁନ ପଟ୍ଟନାୟକ ବିବାରିଣୀ ପାଠ କରିଥିଲେ ।ଶ୍ରୀକାନ୍ତ ନାୟକ ମଞ୍ଚ ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ  ! ପରିଶେଷରେ କ୍ରିୟାନୁଷ୍ଠାନର ସଦସ୍ୟ ବିଜୟ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ୍  ଅର୍ପଣ କରିଥିଲେ !

Post a Comment

0 Comments

Please Select Embedded Mode To show the Comment System.*