ଦଶପଲ୍ଲା,୨୦।୮,(ଉତ୍କଳ ନ୍ୟୁଜ୍୭) : ନୟାଗଡ଼ ଦଶପଲ୍ଲା ଅଂଚଳ ର କିଛି ଅସନ୍ତୁଷ୍ଟ ବିଜେଡି କର୍ମୀ ଓ ସ୍ୱାଭିମାନ ମଞ୍ଚ ର କର୍ମୀ ଆଜି ଏକ ଜୁଟ ଏକ ସଭା କରି ବିଧାୟକଙ୍କୁ ବିରୋଧ କରିଥିବା ଜଣାପଡିଛି।ଦଶପଲ୍ଲା ମହାବୀର ମନ୍ଦିର ରୁ ଏକ ବାଇକ ରାଲିରେ ସହର ପରିକ୍ରମା କରିବା ସହ ପେଟ୍ରୋଲ ପମ୍ପ ନିକଟରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସେଠାରେ ରମେଶ ହଟାଅ ଦଶପଲ୍ଲା ବିଜେଡି ବଞ୍ଚାଅ ନାରା ଦେଇଥିଲେ ଅଶନ୍ତୁଷ୍ଟ ବିଜେଡ଼ି କର୍ମୀ। ସାଧାରଣ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ସଜବାଜ ଆରମ୍ଭ ହୋଇଗଲାଣି । ଚା ଖଟି ରେ କିଏ ଟିକେଟ ପାଇବ ଆଶାଇ ଙ୍କ ଚର୍ଚ୍ଚା ଚାଲିଛି ।ଏହାକୁ ନେଇ ଦଶପଲ୍ଲା ରାଜନୈତିକ ପାଣିପାଗ ବେଶ ଗରମ ରହିଛି।ତେବେ ଆୟୋଜିତ ଏହି ସଭାରେ ସମାଜସେବୀ ଶ୍ରୀହରି ନାୟକ, ପୂର୍ବତନ ବିଜେଡି ବ୍ଲକ ସଭାପତି ପ୍ରଦୋଷ ଜେନା ଓ ଦଶପଲ୍ଲା ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ ଉପସ୍ଥିତ ଥିଲେ ।