ଖଳିସାହି ଗ୍ରାମଠାରେ ଭାରତୀୟ ଜନତା ଯୁବମୋର୍ଚ୍ଚାର ଭୋଟର ସଚେତନତା କାର୍ଯ୍ୟକ୍ରମ।

utkalnews7
By
0


ଖଣ୍ଡପଡା,୨୭।୮(ଉତ୍କଳ ନ୍ୟୁଜ୍୭) : ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ ଖଳିସାହିଠାରେ  ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ଭୋଟର ସଚେତନତା ମହାଅଭିଯାନ  ଆରମ୍ଭ ହୋଇଯାଇଛି। ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀମାନ ଅଭିଳାଷ ପଣ୍ଡାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଂଚାୟତରୁ ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ନୂତନ ଭୋଟରମାନେ ଯୋଗଦାନ କରିଥିଲେ। ଶ୍ରୀମାନ ଅଭିଳାଷ ନୂତନ ଭୋଟରମାନଙ୍କୁ , ତାଙ୍କର ଦେଶ ପ୍ରତିଥିବା ଦାଇତ୍ୱ, ଏବଂ ଭୋଟର ହିସାବରେ ନିଜର ଗୋଟିଏ ଭୋଟ କିଭଳି ଭାବେ ପୁରା ଅଂଚଳର ବିକାଶ କରିପାରେ , ତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। କିଭଳି ଭାବେ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ଭୋଟର କାର୍ଡ ପାଇଁ ଆବେଦନ କରାଯାଉଛି ତାହା ମଧ୍ୟ ପିଲାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ପରିଶେଷରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ନୂତନ ଭୋଟରମାନେ ନିଜ ଭୋଟର କାର୍ଡ ପାଇଁ ପଞ୍ଜିକରଣ କରି ଆବେଦନ କରିଛନ୍ତି।ପ୍ରତ୍ୟକ ପଂଚାୟତରୁ ଉପସ୍ଥିତଥିବା  ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ଯୁବକ ମାନଙ୍କୁ ଶ୍ରୀ ପଣ୍ଡାଙ୍କ ନେତୃତ୍ୱରେ ଯୁବମୋର୍ଚ୍ଚାର ବିଭିନ୍ନ ଦାଇତ୍ୱ ବଣ୍ଟନ କରାଯାଇଥିଲା। ଏଥିରେ ଖଳିସାହି ପଂଚାୟତର ଯୁବମୋର୍ଚ୍ଚା ସଭାପତି ଭାବେ ରାଜରୋଶନ ପଗଡ଼ , ସାଧାରଣ ସମ୍ପାଦକ ଭାବେ ଖଗେଶ୍ୱର ପଗଡ଼, ଶୁଭେନ୍ଦୁ କୁମାର ସାହୁ, ପ୍ରଶାନ୍ତ ପ୍ରଧାନ , ଅନିଲ କୁମାର ମହାରଣା , ସାମାଜିକ ଗଣମାଧ୍ୟମ ପ୍ରମୁଖ ଭାବେ ସୌମ୍ୟରଂଜନ ଦେବତା । ବୋଦସା ଗ୍ରାମପଞ୍ଚାୟତ ଯୁବମୋର୍ଚା ସଭାପତି ଭାବେ ବିମଳେନ୍ଦୁ ସ୍ୱାଇଁ ,ଉପସଭାପତି ଭାବେ ଅଭୟ ବାରିକ ,ସାଧାରଣ ସମ୍ପାଦକ ଭାବେ ପ୍ରଦୀପ ଜେନା ,ଆକାଶ ବରାଡ଼ , ଲିପୁ ମହାନ୍ତି ,ସମ୍ପାଦକ ଭାବେ ଗଗନ ସ୍ୱାଇଁ , ଜିତେନ୍ଦ୍ର ଖୁଣ୍ଟିଆ ,ସୂର୍ଯ୍ୟକାନ୍ତ ଖୁଣ୍ଟିଆ ,ସାମାଜିକ ଗଣମାଧ୍ୟମ ପ୍ରମୁଖ ଭାବେ ସରୋଜ ଖୁଣ୍ଟିଆ, ବନମାଳୀପୁର ମଣ୍ଡଳ ଯୁବମୋର୍ଚା ସଭାପତି ଭାବେ ସୂର୍ଯ୍ୟମଣି ବେହେରା , ସାଧାରଣ ସମ୍ପାଦକ ଭାବେ ସରୋଜ କୁମାର ସାହୁ ,କଣ୍ଟିଲୋ ମଣ୍ଡଳ ଯୁବମୋର୍ଚା ସାଧାରଣ ସମ୍ପାଦକ ଭାବେ ମାନସ କୁମାର ସ୍ୱାଇଁ , ସାମାଜିକ ଗଣମାଧ୍ୟମ ପ୍ରମୁଖ ଭାବେ ମାନସ କୁମାର ସ୍ୱାଇଁ ଏବଂ ଖଳିସାହି ମଣ୍ଡଳ ସାମାଜିକ ଗଣମାଧ୍ୟମ ପ୍ରମୁଖ ଭାବେ ଅନିଲ ପ୍ରଧାନ ଦାଇତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଶ୍ରୀ ପଣ୍ଡା ନୂତନ ଦାଇତ୍ୱ ପାଇଥିବା କାର୍ଯ୍ୟକର୍ତା ମାନଙ୍କୁ ନିଜର ଦାଇତ୍ୱ ର କାର୍ଯ୍ୟ କିପରି ହେବା ଉଚିତ  ବୁଝାଇବା ସହ ଆଗାମୀ  ଦିନରେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ପ୍ରତ୍ୟକ ପଂଚାୟତରେ ଏହି ଭୋଟର ସଚେତନତା କାର୍ଯ୍ୟକ୍ରମ ହେବା ସହ , ନୂତନ ଭୋଟର ମାନଙ୍କ ଭୋଟର କାର୍ଡ ପାଇଁ ନାମ ପଞ୍ଜିକରଣ କରି ଆବେଦନ କରାଯିବ ବୋଲି କହିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*