ଶସ୍ତା ରୁ ହିନସ୍ତା ହେଲେ ଗ୍ରାହକ, ସୁନା ଗହଣା ସଫେଇ ବାହାନାରେ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ ଅଭିଯୋଗ ।

utkalnews7
By
0


ଟାଙ୍ଗୀ,୨୬।୦୮,(ଉତ୍କଳ ନ୍ୟୁଜ୍୭) : ସୁନା ଗହଣା ସଫେଇ ବାହାନାରେ ମହିଳାଙ୍କୁ ଲୁଟ୍। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବଡ଼ପାରି ପଞ୍ଚାୟତ ନୂଆଗାଁରୁ ଲୁଟ୍ ହୋଇଥିବା ନେଇ ଜଣାପଡ଼ିଛି। ନିଜକୁ ରୟାଲ କମ୍ପାନୀ କର୍ମଚାରୀର ପରିଚୟ ଦେଇ ସୁନା ଗହଣା ସଫେଇ କରିବା ବାହାନାରେ ମହିଳାଙ୍କୁ ଲୁଟିଛନ୍ତି ଦୁର୍ବୃତ୍ତ। ଗୋଟିଏ ମଙ୍ଗଳସୂତ୍ର ଓ ୨ ହଳ କାନ ରିଙ୍ଗ୍ ଲୁଟି ନେଇଛନ୍ତି। ଏହି ଘଟଣା ନେଇ ଟାଙ୍ଗୀ ଥାନାରେ ଏତଲା ହୋଇଥିବା ଜଣାପଡିଛି। ସୂଚନାନୁଯାୟୀ, ଟାଙ୍ଗୀ ଥାନା ଅନ୍ତର୍ଗତ ବଡ଼ପାରି ପଞ୍ଚାୟତ ନୂଆଗାଁର ଆଶାମଣୀ ନାୟକଙ୍କ ଘରୁ ହୋଇଛି ଲୁଟ୍।ଘରେ କେହି ନଥିବା ବେଳେ ଦୁର୍ବୃତ୍ତମାନେ ନିଜକୁ ରୟାଲ କମ୍ପାନୀ କର୍ମଚାରୀର ପରିଚୟ ଦେଇ ସୁନା ଗହଣା କମ ମୂଲ୍ୟରେ ସଫେଇ କରିବାକୁ କହି  ମହିଳାଙ୍କ ଠାରୁ ସୁନା ଗହଣା ଲୁଟେରାମାନେ ଲୁଟ୍ କରିଛନ୍ତି । ଲୁଟ୍ ହୋଇଥିବା ଗହଣାର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ଏନେଇ ଟାଙ୍ଗୀ ଥାନାରେ ଅଭିଯୋଗ ହେବାପରେ ଟାଙ୍ଗୀ ଥାନା ପୋଲିସ ମାମଲା ରୁଜୁ ଜରି ତଦନ୍ତ ଆରମ୍ଭ କରିଛି।

Post a Comment

0 Comments

Please Select Embedded Mode To show the Comment System.*