ବିଜେପି ପକ୍ଷରୁ ଡାବୁଗାଁ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ଦାବିପତ୍ର ପ୍ରଦାନ ।

utkalnews7
By
0


ନବରଙ୍ଗପୁର,୨୯।୮,(ଉତ୍କଳ ନ୍ୟୁଜ୍୭ / ଜିତେନ୍ଦ୍ର ମହାନ୍ତି) :ଡାବୁଗାଁ ପଞ୍ଚାୟତ ସମିତି ଅନ୍ତର୍ଗତ ପଞ୍ଚାୟତ କାର୍ଯ୍ୟାଳୟ ଗୁଡିକରେ ଡାବୁଗାଁ ମଣ୍ଡଳ ବିଜେପି ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଅନିୟମିତତା, ଅତ୍ୟଧିକ ବିଦ୍ୟୂତ୍ ଶୁକ୍ଳ ଏବଂ ଯୋଗ୍ୟ ହିତାଧିକାରୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧ ରେ ଦାବିପତ୍ର ପ୍ରଦାନ କରାଯାଇଛି । ମଣ୍ଡଳ ସଭାପତି ଜେ ରାଜଶେଖର ରାଓ ଓ ବରିଷ୍ଠ ନେତା ଜୟନ୍ତ କୁମାର ପାତ୍ର ଙ୍କ ନେତୃତ୍ବ ରେ ଆଜି ବିଜେପି କର୍ମୀ ଡାବୁଗାଁ  ଓ ଡଙ୍ଗରିଗୁଡା ପଞ୍ଚାୟତ କାର୍ଯ୍ୟାଳୟ ଘେରିଥିଲେ। ଏହି ପରି ସାଧାରଣ ସଂପାଦକ ମହେଶ ପାତ୍ର ଓ ଭୀମସେନ ଜେନା ଙ୍କ ନେତୃତ୍ବ ରେ ଅଞ୍ଚଳା ଓ ମେଦନା ପଞ୍ଚାୟତ କାର୍ଯ୍ୟାଳୟ ରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଭଳି ଡାବୁଗାଁ ବ୍ଲକ ର ଅନ୍ୟାନ୍ୟ ପଞ୍ଚାୟତ ରେ‌ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ମନୋରମା ନାୟକ, ନରୁ ସିଂ, ମନୋଜ ପାତ୍ର, ଓ୍ବାଇ ରାଜକୁମାର, ସତ୍ୟ ରାଓ, ଦିନେଶ ସିଂ, ରତନ କଲାର, ମହନଦାସ ପୂଜାରୀ, ଦିନବନ୍ଧୁ ମାଝୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

Post a Comment

0 Comments

Please Select Embedded Mode To show the Comment System.*