୧୮୦ କେଜି ଗଞ୍ଜେଇ ସହ ୨ କାର୍‌ ଓ ୭ ମୋବାଇଲ୍‌ ଫୋନ୍‌ ବି ଜବତ,୭ କୋର୍ଟ ଚାଲାଣ ।

utkalnews7
By
0

 


ବଲାଙ୍ଗୀର,୨୬।୮,(ଉତ୍କଳ ନ୍ୟୁଜ୍୭) : ଦିନକୁ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଅବାଧ ନିଶା କାରବାର ଚାଲିଥିବା ବେଳେ ବଲାଙ୍ଗୀର ଜିଲ୍ଲାର ୩ଟି ସ୍ଥାନରେ ଶନିବାର ଅବକାରୀ ବିଭାଗ ଚଢ଼ଉ କରି ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ଗୁଞ୍ଚିତରା ଗାଁର ଅକ୍ରୂର ବିଭାର, ସୁଶାନ୍ତ ବିଭାର, ଥବିର ବିଭାର, ସୁରେନ୍ଦ୍ର ଦୀପ, ଅଶୋକ ଦୀପ, ଗେଡ଼ାବାଞ୍ଜିର ପ୍ରମୋଦ ସେଠ ଓ ଦେଓଗାଁ ଥାନା ରତନପୁର ଗାଁର ବୈଚନ୍ଦ୍ର ସୁନା ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ଅବକାରୀ ବିଭାଗ ୧୮୦ କେଜି ଗଞ୍ଜେଇ, ୨ଟି କାର୍‌ ଓ ୭ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି।ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଟରୁ ଏହି ଗଞ୍ଜେଇ ମାଫିଆମାନେ ଦୁଇଟି କାର୍‌ ଯୋଗେ ଗଞ୍ଜେଇ ଚାଲାଣ କରୁଥିବା ସୂଚନା ମିଳିଥିଲା। ଏମାନେ କେନ୍ଦୁଘାଟ-ଅର୍ଜୁନପୁର ରାସ୍ତାରେ ଯାଉଥିବା ସୂଚନା ପାଇ ଅବକାରୀ ମୋବାଇଲ ୟୁନିଟ ଚଢ଼ଉ କରିଥିଲା। ଦେଓଗାଁ ବ୍ଲକ୍‌ ଡାହିମାଲ ଓ ଭାଲେର ଛକ ଏବଂ ଦେଓଗାଁଠାରେ ଏମାନଙ୍କୁ ଅଟକାଇ ଗାଡ଼ି ଯାଞ୍ଚ କରିଥିଲା। କାର୍‌ରୁ ଗଞ୍ଜେଇ ମିଳିବା ପରେ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ କୋର୍ଟରେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ୍ ହାଜତକୁ ଫଠାଇ ଦିଆଯାଇଥିବା ସୂଚନା ମିଳିଛି। ଏହି ଚଢ଼ଉରେ ଅବକାରୀ ଥାନା ଅଧିକାରୀ ସରୋଜ ପରିଡ଼ା, ଏସ୍‌ଆଇ ପଦ୍ମଲୋଚନ ନାଏକ, ମଞ୍ଜୁ ପ୍ରତିମା ଏକ୍କା, ଏଏସ୍‌ଆଇ ମଳୟ ପଧାନ, ଦୟାନିଧି ବାରିକ, କନେଷ୍ଟବଳ ରାମାଂଶୁ ଷଡ଼ଙ୍ଗୀ, ଜିତେନ୍ଦ୍ର ସାହୁ, ଆଲୋକ ପଧାନ, ଚିତ୍ତ ପଧାନ ପ୍ରମୁଖ ସାମିଲ ଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Post a Comment

0 Comments

Please Select Embedded Mode To show the Comment System.*