ଚନ୍ଦ୍ରରେ ବୁଲୁଛି ରୋଭର “ପ୍ରଜ୍ଞାନ’ ।

utkalnews7
By
0


ନୂଆଦିଲ୍ଲୀ,୨୬।୮,(ବ୍ୟୁରୋ) : ପୁଣି ଆସିଛି ଖୁସି ଖବର ଚନ୍ଦ୍ରଯାନ-୩ ମିଶନର ରୋଭର “ପ୍ରଜ୍ଞାନ’ ଚନ୍ଦ୍ର ପୃଷ୍ଠରେ ସଫଳତାର ଗତି କରିଛି । ଏହା ୮ ମିଟର ଦୂରତା ଅତିକ୍ରମ କରିଛି ଏବଂ ଏହାର ସମସ୍ତ ପେଲୋଡ୍ ଠିକ୍ ଭାବରେ କାର୍ଯ୍ୟ କରୁଛି ।ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଏହା କୁହାଯାଇଛି ।ଏହାର ଏକ ଟ୍ୱିଟରରେ କୁହାଯାଇଛି ଯେ “ସମସ୍ତ ନିର୍ଦ୍ଧାରିତ ରୋଭର ଗତିବିଧି ନିୟମିତଭାବେ ଯାଞ୍ଚ କରାଯାଇଛି । ରୋଭର ପ୍ରାୟ ୮ ମିଟର ଦୂରତାକୁ ସଫଳତାର ସହ ଅତିକ୍ରମ କରିଛି । ରୋଭର ପେଲାଡ୍ ଲେଜର-ପ୍ରେରିତ ବ୍ରେକଡାଉନ୍ ସ୍ପେକ୍ଟ୍ରୋସ୍କପି (ଏଲ୍‌ଆଇବିଏସ୍‌) ଏବଂ ଆଲଫା କଣିକା ଏକ୍ସ-ରେ ସ୍ପେକ୍ଟ୍ରୋମିଟର (ଏପିଏକ୍ସଏସ୍‌) କାର୍ଯ୍ୟକ୍ଷମ ରହିଛି । ରୋଭରରେ ଥିବା ପ୍ରପଲସନ ମଡ୍ୟୁଲ, ଲ୍ୟାଣ୍ଡର ମଡ୍ୟୁଲ ଏବଂ ସମସ୍ତ ପେଲାଡ୍ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି । "ପ୍ରଜ୍ଞାନ" ରୋଭର ନିର୍ଦ୍ଧାରିତ ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରରେ ରହି ଗବେଷଣା ପାଇଁ ବିଭିନ୍ନ ପ୍ରକାରର ତଥ୍ୟ ସଂଗ୍ରହ କରିବ । ସେହିପରି ବିକ୍ରମ ଲାଣ୍ଡର ମଧ୍ୟ କେତେକ ତଥ୍ୟ ସଂଗ୍ରହ କରିବ । ଅନ୍ୟପକ୍ଷରେ ସାମ୍ନାକୁ ଆସିଛି ଚନ୍ଦ୍ରପୃଷ୍ଠର ଆଉ ଏକ ଭିଡ଼ିିଓ । ଏହି ଭିଡିଓରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଅବତରଣ କରୁଥିବା ବେଳର ଦୃଶ୍ୟ ରହିଛି । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର-ଇସ୍ରୋ ପକ୍ଷରୁ ଏହି ଭିଡ଼ିଓକୁ ଟୁଇଟ୍ କରାଯାଇଛି ।

Post a Comment

0 Comments

Please Select Embedded Mode To show the Comment System.*