ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସଂସ୍କୃତି ମହୋତ୍ସବ ଅନୁଷ୍ଠିତ।

utkalnews7
By
0


ରଣପୁର,୨୮।୮,(ଉତ୍କଳ ନ୍ୟୁଜ୍୭) : ଶ୍ରାବଣ ମାସ ଭଗବାନ ଶିବଙ୍କ ପ୍ରିୟ ମାସ ଅଟେ। ବିଶ୍ୱାସ କରାଯାଏ ଯେ, ଶ୍ରାବଣ ମାସରେ ଯେଉଁମାନେ କାଉଡି଼ଆ ଯାତ୍ରାରେ ଯାଇ ନିଷ୍ଠାର ସହ ଉପାସନା କରି ଭୋଳାଶଙ୍କରଙ୍କ ଉପରେ ଜଳାଭିଷେକ କରନ୍ତି ସେମାନଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନଚାଜ୍ୟ ଶ୍ରୀଯୁକ୍ତ ନିରଞ୍ଜନ ତରାସଙ୍କ ଅଧ୍ୟକ୍ଷତାରେ   ଶ୍ରାବଣ ମାସର ଶେଷ ସୋମବାରରେ କୁନିକୁନି କାଉଡି଼ଆମାନେ ଅମ୍ବୁତେଶ୍ୱର୍ ମନ୍ଦିର ପୋଖରୀରୁ ଜଳ ଉଠାଇ ନିକଟସ୍ଥ ନୀଳକଣ୍ଠ ମନ୍ଦିରରେ ଜଳଲାଗି କରିଥିଲେ। ଏଥି ସହ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଭଜନ ସମାରୋହ,ନାମ ସଙ୍କୀର୍ତ୍ତନ ଓ ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ, ମୁଖ୍ୟ ବକ୍ତା କୁଳମଣି ମିଶ୍ର,ମୁଖ୍ୟ ଅତିଥି ନୀଳକଣ୍ଠ ମହାପାତ୍ର,ପଦ୍ମନାଭ ଦାସ,ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଶ୍ରୀକାନ୍ତ କୁମାର ନାୟକ, ବୈକୁଣ୍ଠ ନାଥ ଜେନା, ଜ୍ୟୋତିରଂଜନ ସାହୁ,ମାନସ କୁମାର ସାହୁ, ମାତୃ ଭାରତୀ ସଦସ୍ୟ ମାନେ ଉପସ୍ଥିତ କୃତ୍ତି  ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାମାନେ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*