ଜିଲ୍ଲା ପାଳଙ୍କ ସଦଭାବନା ଗୃହ ରେ ୬୯ତମ ଜିଲ୍ଲା ସ୍ତରୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳିତ ।

utkalnews7
By
0


ନୟାଗଡ଼,୫।୧୦,(ଉତ୍କଳ ନ୍ୟୁଜ୍୭) : ନୟାଗଡ଼ ଜିଲ୍ଲାପାଳଙ୍କ ସଦଭାବନା ଗୃହ ରେ ୬୯ତମ ଜିଲ୍ଲା ସ୍ତରୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି, ନୟାଗଡ଼ ବନ ଖଣ୍ଡ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀ ଙ୍କ,ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ ଉତ୍ସବ ରେ ଜିଲ୍ଲା ପାଳ ରବୀନ୍ଦ୍ର ନାଥ ସାହୁ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ, ସଂମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ରମାକାନ୍ତ ପଣ୍ଡା, ୱାଇଲଡ ଲାଇଫ ବନଖଣ୍ଡ ଅଧିକାରୀ ଫାଲ୍ଗୁନୀସାରଥୀ ମଲ୍ଲିକ, ସିଡିଭିଓ ଜିଲ୍ଲା କୃଷି ଅଧିକାରୀ ଏସି ଏଫ ଶ୍ଵେତାଲିନା ସାହୁ ପ୍ରମୁଖ ଯୋଗ ଦେଇଥିଲେ,ୱାଇଲଡ ଲାଇଫ ର ଏସିଏଫ ଶୁଭ ଦର୍ଶିନୀ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ,ଅକ୍ଟୋବର 2ରୁ ବନ୍ୟ ପ୍ରାଣୀ ସପ୍ତାହ ପାଳିତ ହୋଇ ଆସୁଛି,ଏହା ଅକ୍ଟୋବର 8ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ, ମୁଖ୍ୟ ଅତିଥି ଜିଲାପାଳ ଶ୍ରୀ ସାହୁ ବନ୍ୟ ଜନ୍ତୁ ର ସୁରକ୍ଷା ପାଇଁ ଜଙ୍ଗଲ ସୁରକ୍ଷା ର ଆବଶ୍ୟକତା ରହିଛି ବୋଲି ବକ୍ତବ୍ୟ ରଖିଥିଲେ ଜଙ୍ଗଲ କୁ ସୁରକ୍ଷା ଦେଲେ ଜନବସତି କୁ ବନ୍ୟ ପ୍ରାଣୀ ଆସିବେ ନାହିଁ ବୋଲି ବକ୍ତବ୍ୟ ରଖିବା ସହନୟାଗଡ଼ ଜିଲ୍ଲା ର 38ଭାଗ ଜଙ୍ଗଲ ଅଞ୍ଚଳ ରହିଛି ବୋଲି ଜିଲ୍ଲା ପାଳ ବକ୍ତବ୍ୟ ରଖି ଥିଲେ, ନୟାଗଡ ଜିଲ୍ଲା ରେ 55ଗୋଟି ହାତୀ ରହିଛନ୍ତି, ବୃକ୍ଷ ରୋପଣ ଉପରେ ଜିଲାପାଳ ଗୁରୁତ୍ୱ ଦେବା ସହ ନିଜେ ସୁରକ୍ଷିତ ରହିବା ସହ ବନ୍ୟ ଜନ୍ତୁ ଙ୍କୁ ସୁରକ୍ଷା ଦେବା ପାଇଁ ଜିଲାପାଳ ପରାମର୍ଶ ଦେଇ ଥିଲେ,ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ବନ୍ୟ ଜନ୍ତୁ ଅପରାଧ ରୋକିବା ଉପରେ ଏସଟିଏଫ ର ସାରା ଭାରତ ବର୍ଷ ରେ ସୁନାମ ରହିଛି ବୋଲି ପ୍ରକାଶ କରିଥିଲେ, ଦିନକୁ ଦିନ ୱାଇଲଡ ଲାଇଫ ଅପରାଧ ବଢୁଥିଲେ ମଧ୍ୟସେଥି ନିମନ୍ତେ ସମସ୍ତ ବିଭାଗ ସଜାଗ ଅଛନ୍ତି ବୋଲି ଶ୍ରୀ ଜୈନ ପ୍ରକାଶ କରିଥିଲେ,ଏହି ଅବସରରେ ସମାଜ ସେବୀ ଅରୁଣ ମହାନ୍ତି ସାମ୍ବାଦିକ ରାମକୃଷ୍ଣ ରଥ ଓ ହୁସେନଖାଁ ପ୍ରମୁଖ ଭାଗ ନେଇ ବନ୍ୟ ଜନ୍ତୁ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ, ଅନୁଷ୍ଠାନ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିର୍ନ ପ୍ରତିଯୋଗିତା ରେ ସଫଳ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା,ବନ୍ୟ ଜନ୍ତୁ ସୁରକ୍ଷା ରେ ସଫଳ ଭୁମିକା ଗ୍ରହଣ କରିଥିବା ଅନୁଷ୍ଠାନ ମାନଙ୍କୁ ସମ୍ବୋଧିତ କରାଯାଇଥିଲା, ବନ୍ୟ ଜନ୍ତୁ ସୁରକ୍ଷା ନିମନ୍ତେ ଏକ ଶପଥ ପାଠକରାଯାଇଥିଲା, ଉପସ୍ଥିତ ସମସ୍ତ ଅଧିକାରୀ ମାନେ ବନ୍ୟ ଜନ୍ତୁ ସୁରକ୍ଷା ନିମନ୍ତେ ଶପଥ ପାଠ କରିଥିଲେ,

Post a Comment

0 Comments

Please Select Embedded Mode To show the Comment System.*