ଉଦ୍ୟାନ କୃଷି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ l


ଭାପୁର,୧୬।୧୦,(ଉତ୍କଳ ନ୍ୟୁଜ୍୭) : ଓଡିଶା ସରକାର ଙ୍କ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ ଆନୁକୂଲ୍ୟରେ ଉଦ୍ୟାନ କୃଷି ସମ୍ପର୍କୀୟ ଏକ ପ୍ରଶିକ୍ଷଣ ଶିବିର ଭାପୁର ବ୍ଲକ କଇଁଫୁଲିଆ ପଂଚାୟତ ସ୍ଥିତ କଲ୍ୟାଣୀ ମଣ୍ଡପ ପରିସର ରେ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ସରପଞ୍ଚ ରମେଶପ୍ରସାଦ ରାଉତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ ଶିବିର ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ତଥା କଇଁଫୁଲିଆ ସମିତିସଭ୍ୟ ବେଣୁଧର  ପ୍ରଧାନ ଉପସ୍ଥିତ ରହି ଭାପୁର ପରି ଏକ କୃଷି ପ୍ରାଧାନ୍ୟ ଅଂଚଳରେ ଉଦ୍ୟାନ କୃଷି ର ବିଭିର୍ଣ୍ଣ ଯୋଜନା ଗୁଡିକର ସଫଳ ରୂପାୟନ ନିମନ୍ତେ ଚାଷୀ ମାନେ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଭାପୁର ବ୍ଲକ କୃଷି ଅଧିକାରୀ ବିରଞ୍ଚି ନାରାୟଣ ମଙ୍ଗରାଜ, ଭାପୁର ସହକାରୀ ଉଦ୍ୟାନ କୃଷି ଅଧିକାରୀ ୟାସ୍ମିନ ଗୁଲନାଜ, ଖଣ୍ଡପଡା ବିଭାଗୀୟ ଅଧିକାରୀ କାଳନ୍ଦୀ ବାରିକ,ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ର ବେଜ୍ଞାନିକ ଗୀତାଞ୍ଜଳି ସୁବୁଦ୍ଧି,ଅପିକଲ ଜିଲ୍ଲାସଂଯୋଜକ ଅବିନାଶ ଦାସ ପ୍ରମୁଖ ଉଦ୍ୟାନ କୃଷି ର ଲାଭ ଏବଂ ସୁଫଳ ସମ୍ପର୍କ ରେ ଉପସ୍ଥିତ ମହିଳା ଏବଂ କୃଷକ ମାନଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ବୁଝାଇ ଥିଲେ l ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା ରେ ଚାଷୀ ମାନଙ୍କୁ ସବସିଡି ପ୍ରଦାନ ପୂର୍ବକ ଉଦ୍ୟାନ କୃଷି କୁ ପ୍ରୋତ୍ସାହନ ପ୍ରଦାନ କରାଯାଉଥିବା ବେଳେ ଏହାର ସୁଫଳ ପାଇବାକୁ ପରାମର୍ଶ ଦେଇଥିଲେ ବିଭାଗୀୟ ଅଧିକାରୀ ମାନେ l l ନଡ଼ିଆ, ଆମ୍ବ, କାଜୁ, ପିଜୁଳି, କଦଳୀ, ଲେମ୍ବୁ, ବିଭିନ୍ନ ଫୁଲ ଆଦି ଲାଭଦାୟକ ଉତ୍ପାଦନ ର ବିଭିନ୍ନ ବୈଷୟିକ ଦିଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l କୃଷି ବିଜ୍ଞାନୀ ଗୀତାଞ୍ଜଳି ସୁବୁଦ୍ଧି  ସଫଳ ଛତୁ ଚାଷ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ l ଏହି ଶିବିରରେ ମହିଳା ସ୍ୱୟଂ ସହୟିକା ଗୋଷ୍ଠୀର ସଦସ୍ୟ, କୃଷକ ସାଥି, ଚାଷୀଭାଇ ମାନେ ଉପସ୍ଥିତ ରହିଥିଲେ l ଏହି ଅବସରରେ ଭାପୁର ବ୍ଲକ ର ଉଦ୍ୟାନ କୃଷି ଅଧିକାରୀ ୟାସ୍ମିନ ଗୁଲଜାର ସବସିଡି ରେ ଚାରା, ଛତୁ ଚାଷ, ପରିବା ଶୀତଳ ଭଣ୍ଡାର ଆଦିର ଫାଇଦା ପାଇବାକୁ ଉଦ୍ୟାନ ବିଭାଗ ସହ ପରାମର୍ଶ କରିବାକୁ ପରାମର୍ଶ ଦେଇଥିଲେ l ସରପଞ୍ଚ ରମେଶ ରାଉତ ଏହି ଚାଷ ର ସୁଫଳ ପାଇବାକୁ ସମସ୍�

Previous Post Next Post