ରଘୁବର ଦାସ ଓଡ଼ିଶାର ନୂତନ ରାଜ୍ୟପାଳ ।

utkalnews7
By
0


ଭୁବନେଶ୍ୱର,୧୮।୧୦,(ଉତ୍କଳ ନ୍ୟୁଜ୍୭) : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରଘୁବର ଦାସଙ୍କୁ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ବୁଧବାର ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରଘୁବର ବର୍ତ୍ତମାନ ରାଜ୍ୟପାଳ ଥିବା ଗଣେଶୀ ଲାଲଙ୍କ ସ୍ଥାନ ନେବେ। ରଘୁବର ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ଇନ୍ଦ୍ରସେନ ରେଡ୍ଡୀ ଲାଲୁଙ୍କୁ ତ୍ରିପୁରା ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।୧୯୯୫ ମସିହା ମେ ୩ରେ ଅବିଭକ୍ତ ବିହାରରେ ଜନ୍ମଗ୍ରହଣ କରିଥିବା ରଘୁବର ଜାମସେଦପୁର କୋପୋରେଟିଭ୍ କଲେଜରୁ ଶିକ୍ଷାଲାଭ କରିଥିଲେ। ୧୯୮୦ ମସିହାରେ ବିଜେପିର ଗଠନ ବେଳେ ରଘୁବର ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ। ପୂର୍ବ ଜାମସେଦପୁର ଆସନରୁ ୧୯୯୫ରେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହି ଆସନରୁ ସେ ୨୦୧୯ ଯାଏ କ୍ରମାଗତ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ଝାଡ଼ଖଣ୍ଡର ଉପମୁଖମନ୍ତ୍ରୀ ଦାୟିତ୍ଵ ନିର୍ବାହ କରିଥିଲେ। ୨୦୧୪ରୁ ୨୦୧୯ ଯାଏ ସେ ଝାଡ଼ଖଣ୍ଡର ଷଷ୍ଠ ତଥା ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ଝାଡ଼ଖଣ୍ଡ ବିଜେପିର ଦୁଇ ଥର ରାଜ୍ୟ ସଭାପତି ଥିଲେ। ବର୍ତ୍ତମାନ ସେ ଜାତୀୟ ବିଜେପିର ଉପସଭାପତି ପଦରେ ଅଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*