ଆଜି ଇସ୍ରାଏଲ ଗସ୍ତ କରିବେ ବ୍ରିଟେନ୍ ପିଏମ ଋଷି ସୁନକ ।


ଇସ୍ରାଏଲ - ହମାସ ସହ ଯୁଦ୍ଧ ପରିସ୍ଥିତିରେ ଇସ୍ରାଏଲ ସହିତ ଏକତା ଦର୍ଶାଇବା ପାଇଁ ଆଜି ଇସ୍ରାଏଲ ଗସ୍ତ କରିବେ ବ୍ରିଟେନ ପ୍ରଧାନମନ୍ତ୍ରୀ। ଏହି ଅବସରରେ ବ୍ରିଟେନ୍ ର ପ୍ରଧାନମନ୍ତ୍ରୀ ଋଷି ସୁନକ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ରାଷ୍ଟ୍ରପତି ଇସାକ୍ ହର୍ଜୋଗଙ୍କୁ ସାକ୍ଷାତ କରିବେ । ନିଜ ଗସ୍ତ ପୂର୍ବରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ଗାଜାର ଲୋକଙ୍କ ପାଇଁ ମାନବୀୟ ସହାୟତାର ଅପିଲ କରି କହିଛନ୍ତି ପାଲେଷ୍ଟାଇନର ଲୋକ ବି ହମାସର ଶିକାର । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଇସ୍ରାଏଲ ଗସ୍ତର ଠିକ୍ ଦିନକ ପରେ ଇସ୍ରାଏଲ ଗସ୍ତ କରୁଛନ୍ତି ଋଷି ସୁନକ ଯାହାକି ବେଶ୍ ଗୁରୁତ୍ୱପୂର୍ଣ୍ଣ ବିଷୟ ପାଲଟିଛି।

Previous Post Next Post