୫-ଟି ସଚିବ ଭି.କେ ପାଣ୍ଡିଆନ୍ ଙ୍କ ସ୍ୱେଚ୍ଛାକୃତ ଅବସର।

utkalnews7
By
0


ଭୁବନେଶ୍ୱର,୨୨।୧୦: ରାଜ୍ୟ ରାଜନୀତିରେ ଚର୍ଚ୍ଚା ପାଲଟିଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ୍ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି। ତେବେ ସେ ସ୍ୱେଚ୍ଛାକୃତ ଅବସର ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ରାଜ୍ୟ ସରକାର ଆବେଦନ କରିଥିଲେ। କେନ୍ଦ୍ର ସରକାର ଏହି ଆବେଦନକୁ ମଂଜୁର କରିଥିବା ଜଣାପଡ଼ିଛି। ତେବେ ରାଜ୍ୟ ସରକାର ଅକ୍ଟୋବର ୨୦ରେ ଚିଠି ପଠାଇଥିବା ବେଳେ ଆବେଦନ ପତ୍ରକୁ ମଂଜୁରି ମିଳିଛି। ସର୍ବଭାରତୀୟ ସେବା ଆଇନ ୧୬ (୨ଏ) ଅନୁସାରେ ମଂଜୁର ହୋଇଥିବା ସୂଚନା ମିଳିଛି।ଏହାରି ଭିତରେ ରାଜ୍ୟ ରାଜନୀତିରେ ଭି.କେ ପାଣ୍ଡିଆନ୍ ଅବସର ନେବା ପରେ ସିଧାସଳଖ ବିଜୁ ଜନତା ଦଳରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନେବା ନେଇ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ବୟାନ ଦେଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*