ରଣପୁର,୩୦।୧୦,(ଉତ୍କଳ ନ୍ୟୁଜ୍୭) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ଫ୍ରେଣ୍ଡସ କ୍ଳବ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଅଛି ।ଏହି ଫାଇନାଲ କ୍ରିକେଟ ମ୍ୟାଚ କୁମାରଵସ୍ତ କ୍ରିକେଟ କ୍ଳବ ଓ଼ ଢେଙ୍କାନାଳ କ୍ରିକେଟ କ୍ଲବ ମଧ୍ୟ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଢେଙ୍କାନାଳ କ୍ରିକେଟ କ୍ଲବ ଟସ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୯ ୱକେଟ ହରାଇ ୧୬୨ରନ କରିଥିଲା ! ଜବାବରେ କୁମାରଵସ୍ତ କ୍ରିକେଟ କ୍ଳବ ୧୩.୩ଓଭରରେ ୫ଉଇକେଟ ୧୬୩ରନ କରି ଚାମ୍ପିୟନ ହୋଇଥିଲା । ଆଜିର ଏହି ଫାଇନାଲ ମ୍ୟାଚ ଖେଳକୁ ସୁଶାନ୍ତ ପ୍ରଧାନ ଓ ତପନ ସାହୁ ପରିଚାଳନା କରିଥିବାବେଳେ ତୃତୀୟ ଅମ୍ପାୟାର ଭାବେ ଧନେଶ୍ୱର ସାହୁ ୪ର୍ଥ ଅମ୍ପାୟାର ଭାବେ ସମ୍ବିତ ସାହୁ ଦାୟିତ୍ୱ ନିର୍ବାହ କରିଥିଲେ ।ଚାମ୍ପିୟନ କୁମାରଵସ୍ତ କ୍ରିକେଟ କ୍ଳବର ଆଶିଷ କୁମାର ରାଉତ ୪ଓଭରରେ ଦୁଇ ଉଇକେଟ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇ ଅତିଥିମାନଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଢେଙ୍କାନାଳକ୍ରିକେଟ କ୍ଳବର ଲଷ୍ମୀଧର ସାହୁ ଓ଼ କୁମାରବସ୍ତ କ୍ରିକେଟ କ୍ଳବର ଉତ୍ତମ ମହାନ୍ତିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଉଦଯାପିନୀ ଉତ୍ସବରେ ଫ୍ରେଣ୍ଡସ କ୍ଲବ ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣlମେଣ୍ଟରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଅଧକ୍ଷ ଇଂ.ଦେବାଶିଷ ପଟ୍ଟନାୟକ ଓ ସଂମ୍ମାନିତ ଅତିଥିଭାବେ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ ପ୍ରମୁଖ ଯୋଗଦେଇ ସଂଘର୍ଷ ପୂର୍ଣ୍ଣ କ୍ରିକେଟ ମ୍ୟାଚକୁ ଦେଖିବା ସହିତ ଖେଳାଳିମମାନଙ୍କୁ ଉତ୍ସାହିତ କରି ଚାମ୍ପିୟନ କୁମାରବସ୍ତ କ୍ରିକେଟ କ୍ଳବକୁ ୩୦ହଜାର ଟଙ୍କା ସହ ଟ୍ରଫି ଓ ରନର୍ସଅପ ଢେଙ୍କାନାଳ କ୍ରିକେଟ କ୍ଲବକୁ ୨୦ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ଏହି ଫାଇନାଲ କ୍ରିକେଟ ମ୍ୟାଚକୁ ଫ୍ରେଣ୍ଡସ କ୍ଳବର ଉପସଭାପତି ବଲ୍ଳଭ ପ୍ରଧାନ, ସମ୍ପାଦକ ସମ୍ବିତ ସାହୁ, କୋଷାଧକ୍ଷ ଜଗନ ନାୟକ ଓ କ୍ଲବର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ । କ୍ଲବର ବରିଷ୍ଠ ସଦସ୍ୟ ଓ଼ ବରିଷ୍ଠ ଖେଳାଳିମାନଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ଼ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ!ପରିଶେଷରେ କ୍ଳବର ଉପସଭାପତି ବଲ୍ଳଭ ପ୍ରଧାନ ସମସ୍ତଙ୍କର ନିରୋଗ ଜୀବନ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ।