ଉପାସରେ ଶ୍ରୀଲିଙ୍ଗରାଜ ମହାପ୍ରଭୁ !

utkalnews7
By
0


ଭୁବନେଶ୍ୱର,୨୫।୧୦,(ଉତ୍କଳ ନ୍ୟୁଜ୍୭) : ତୁଟୁନି ବିବାଦ ପୁଣି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ଉପାସରେ ମହାପ୍ରଭୁ। ଆଜି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମଙ୍ଗଳଆଳତି ଠାରୁ ନୀତିକାନ୍ତି ବନ୍ଦ ରହିଛି । ଯାହାକୁ ନେଇ ଶ୍ରଦ୍ଧାଳୁ ନିନ୍ଦା କରିଛନ୍ତି।ବେବନ୍ଦୋବସ୍ତ ଜମି ଶ୍ରୀ ଲିଙ୍ଗରାଜଙ୍କ ଖାତାକୁ ଫେରୁଥିବା ବେଳେ ବଡୁ ନିଯୋଗ ଦ୍ୱାରା ନିର୍ମାଣାଧୀନ ଦୋକାନ ଘରକୁ ସମ୍ପୂର୍ଣ୍ଣ କରିବା ପାଇଁ ହାଇକୋର୍ଟରୁ ଅନୁମତି ମିଳିଛି ।ସୂଚନା ଅନୁସାରେ, ଦୋକାନ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା ଯାହାକୁ ନେଇ ପୂଜା ପଣ୍ତା ଓ ବ୍ରାହ୍ମଣ ନିଯୋଗ ଦାବି କରିଛି ଯେ ଏହା ପଛରେ ଷଡଯନ୍ତ୍ର ଅଛି ଯେଉଁଥି ପାଇଁ ନୀତିକାନ୍ତି ବନ୍ଦ କରାଯାଇଛି ।ଏହାକୁ ନେଇ ଦୁଇ ସେବା ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି ।ତେବେ ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି, ଦେବତ୍ତୋର ଓକିଲଙ୍କ ନିରବଦ୍ରଷ୍ଟା ଯୋଗୁ ଏକତରଫା ରାୟ ମିଳିଛି । ସେ ଆହୁରି କହିଛନ୍ତି, ବେବନ୍ଦୋବସ୍ତ ଜମି ଗୁଡ଼ିକ କାହିଁକି ସେବାକାରୀଙ୍କ ଠାରୁ ଛଡାଇ ନିଆଯାଇ ଲିଙ୍ଗରାଜଙ୍କ ଖାତା ଖୋଲା ଗଲା ? ତେବେ ସମସ୍ତ ଜମି ଫେରସ୍ତ କରାଯାଉ ନଚେତ୍ ଆଗାମୀ ଦିନରେ ଅମିର୍ଦ୍ଦିଷ୍ଟ କାଳ ପାଇଁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିବ ।ଏ ଜମି ଆମକୁ ରାଜା ଦେଇଥିଲେ ସରକାର ନୁହେଁ ବୋଲି କହିଛନ୍ତି। ତେବେ ଜାଣିଣୁଣି ଦେବ ନୀତିରେ ଅଣଦେଖା କରାଯାଉଥିବା ନେଇ ସବୁ ମହଲରୁ ଅସନ୍ତୋଷ ଦେଖିବାକୁ ମିଳିଛି । ଏପରି ମନ୍ଦିର ବନ୍ଦ ହେବା ଫଳରେ ଦିଅଁଙ୍କ ନୀତି ବନ୍ଦ ରହିବା ସହିତ ସେବାୟତ ଓ ଶ୍ରଦ୍ଧାଳୁଙ୍କ ଦେବୋତ୍ତର ବିଭାଗ ଉପରେ ଆସ୍ଥା କମିବାରେ ଲାଗିଛି ।୨୦୧୯ ମସିହାରୁ ଶ୍ରୀଲିଙ୍ଗରାଜ ସେବାୟତଙ୍କ ମଧ୍ୟରେ ସେବା ଅଧିକାରକୁ ନେଇ ବିବାଦ ଉପୁଜି ଥିଲା । ବାରମ୍ବାର ପ୍ରଭୁ ଲିଙ୍ଗରାଜଙ୍କ ପୂଜା ବନ୍ଦ ହେବାର ଦେଖିବାକୁ ମିଳୁଛି ।

Post a Comment

0 Comments

Please Select Embedded Mode To show the Comment System.*