ବାଣପୁର ବାର୍ ଆସୋସିଏସନ୍ ପକ୍ଷରୁ ନିର୍ବାଚନ ଫଳାଫଳ ଘୋଷଣା ସଭାପତି ବୃନ୍ଦାବନ,ସମ୍ପାଦକ ରଞ୍ଜନ ନିର୍ବାଚିତ ।

utkalnews7
By
0


ବାଣପୁର,୩୦।୩,(ଉତ୍କଳ ନ୍ୟୁଜ୍୭) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାରମ୍ପାରିକ ଢଙ୍ଗରେ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ କାର୍ଯ୍ୟ ଶେଷ ହୋଇଯାଇଅଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବାର୍ ଆସୋସିଏସନ୍ ପକ୍ଷରୁ ନିର୍ବାଚନରେ ସଭାପତି ପାଇଁ ଦ୍ୱୀମୁଖି ପ୍ରତିଦ୍ବନ୍ଦିତା ହୋଇଥିବା ବେଳେ ଉପ ସଭାପତି ପାଇଁ ତ୍ରିମୁଖି ପ୍ରତିଦ୍ବନ୍ଦିତା ହୋଇଅଛି। ସମ୍ପାଦକ ପାଇଁ ଦ୍ଵିମୁଖି ଲଢେଇ ଚାଲିଥିବା ବେଳେ ଏକ୍ସିକୁଟିଭ ମେମ୍ବର ତିନି ଜଣ ପାଇଁ ପାଞ୍ଚ ଜଣ ପ୍ରତିଦ୍ବନ୍ଦିତା କରୁଥିଲେ।ସହ ସଂପାଦକ ଭାବରେ ଆଡଭୋକେଟ ନରେନ୍ଦ୍ର ନାୟକ ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି। ସକାଳ ପ୍ରାୟ ସାଢେ଼ ସାତଟାରେ ଭୋଟ ଦେବା କାର୍ଯ୍ୟ ଆରମ୍ଭ ହୋଇ ଅପରାହ୍ନ ସାଢେ ତିନିଟା ପର୍ଯ୍ୟନ୍ତ ଚାଲିଥିଲା। ଭୋଟ ଗଣତି ଆରମ୍ଭରେ ଏକ୍ସିକୁଟିଭ ମେମ୍ବର ସନ୍ତୋଷ ମହାପାତ୍ର ୭୮ ଖଣ୍ଡ,ସୁପ୍ରଭା ସାମନ୍ତରାୟ ୭୦ଖଣ୍ଡ, ଦେବବ୍ରତ ବଡ଼ଜେନା ୬୯ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ନରେଶ ଚମ୍ପତି ୬୫ ଖଣ୍ଡ ଓ ପ୍ରଶାନ୍ତ ମହାନ୍ତି ୪୧ ଖଣ୍ଡ ଭୋଟ ପାଇଥିବା ଜଣାଯାଇଛି।ସମ୍ପାଦକ ଭାବରେ ରଞ୍ଜନ କୁମାର ବେଦମତ୍ତା ୭୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ଥିବା ବେଳେ ମନୋଜ ମହାପାତ୍ର ୪୯ ଖଣ୍ଡ ଭୋଟ ପାଇଛନ୍ତି ଓ ୦୪ ଖଣ୍ଡ ଭୋଟ ନାକଚ ହୋଇ ଯାଇଅଛି। ଉପସଭାପତି ଭାବରେ ରାମଚନ୍ଦ୍ର ପଲେଇ ୭୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ଥିବା ବେଳେ ଶ୍ରୀନିବାସ ଆଚାରୀ ୩୭ ଖଣ୍ଡ, ଚିତ୍ରସେନ ସାହୁ ୦୭ ଖଣ୍ଡ ଓ ନାକଚ ୦୩ ଖଣ୍ଡ ହୋଇଥିବାର ଜଣାଯାଇଛି। ସଭାପତି ଭାବରେ ବୃନ୍ଦାବନ ପ୍ରଧାନ ୬୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ଥିବା ବେଳେ ଦେବୀ ପ୍ରସାଦ ସାମନ୍ତରାୟ ୫୮ ଖଣ୍ଡ ଓ ନାକଚ ୦୪ ଖଣ୍ଡ ଭୋଟ ହୋଇଥିବାର ଜଣାଯାଇଛି। ସମସ୍ତ ବିଜୟୀ ପ୍ରାର୍ଥୀ ମାନେ ସମସ୍ତକୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*