ଟାଙ୍ଗୀ ଗ୍ରାମନ୍ୟାୟାଳୟ ପରିସରରେ ଉତ୍କଳ ଦିବସ ପାଳିତ।

utkalnews7
By
0


ଟାଙ୍ଗୀ,୦୧।୦୪,(ଉତ୍କଳ ନ୍ୟୁଜ୍୭) :  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀର ଗ୍ରାମନ୍ୟାୟାଳୟ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତଙ୍କ ପରିସରରେ ଉତ୍କଳ ଦିବସ ଟାଙ୍ଗୀ ଲୟାର୍ସ ବାର ଆସୋସିଏସନ ତରଫରୁ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଉତ୍କଳ ଗୌରବ ତଥା ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣୀ ମଧୁସୂଦନ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ନବନିର୍ବାଚିତ ସଭାପତି ଅଜୟ କୁମାର ରାୟଙ୍କ ଅଧ୍ୟକ୍ଷତା ରେ ସଭାକାଯ୍ୟ ଆରମ୍ଭ ହୋଇଥିଲା । ଉତ୍କଳ ମାତାର ସଂଗ୍ରାମୀ ସନ୍ତାନ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଦେଓ, ମହାରାଜା ରାମଚନ୍ଦ୍ର ଭଞ୍ଜଦେଓ, ଗଙ୍ଗାଧର ମେହେର, ଫକୀର ମୋହନ ସେନାପତି, ରାଧାନାଥ ରାୟ ପ୍ରମୁଖ ଯେଉଁମାନେ ଉତ୍କଳ ସମ୍ମଳନୀ ମାଧ୍ୟମରେ ଉତ୍କଳ ପ୍ରଦେଶ ଗଠନରେ ସଫଳତା ଅର୍ଜନ କରିଥିଲେ ସେମାନଙ୍କ ସ୍ମୃତିଚାରଣ କରାଯାଇଥିଲା। ଏଥିରେ ଆଡଭୋକେଟ ବିଶ୍ବଜିତ ରାଉତରାୟ,ହରେକୃଷ୍ଣ ଜଗଦ୍ଦେବ, ନିରଞ୍ଜନ ଦାସ, ଅଶ୍ଵିନୀ କୁମାର ଦାସ, ପ୍ରତାପ କୁମାର ମହାପାତ୍ର, ସୁଶାନ୍ତ କୁମାର ସିଂ,ସନ୍ଦିପନି ମିଶ୍ର,ସୁରେନ୍ଦ୍ର ବେହେରା, ଜଗନ୍ନାଥ ବେହେରା, ରମେଶ ଖଟେଇ,ସୁରଜିତ୍ ପଟ୍ଟନାୟକ,ରମେଶ ଚନ୍ଦ୍ର ବେହେରା, ଜିତେନ୍ଦ୍ର କୁମାର ଜେନା,ଅଶୋକ ମହାପାତ୍ର, କବିତା ମାଝି, ହେମନ୍ତ କୁମାର ଦାସ, ବିଶ୍ବମ୍ବର ସୁବୁଦ୍ଧି,ତେଜେଶ୍ଵର ଆଚାରୀ ଓ ଜ୍ଞାନ ରଞ୍ଜନ ରଣା ପ୍ରମୁଖ ଯୋଗଦେଇ ଉତ୍କଳ ଦିବସ ସଂପର୍କରେ ଆଲୋକପାତ କରି ଓଡିଆ ଭାଷାର ସୁରକ୍ଷା ଦିଗରେ ସମସ୍ତେ ଉଦ୍ୟମ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ନବ ନିର୍ବାଚିତ ସହ ସଂପାଦକ ସନ୍ଦିପନି ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*