୧୪ଟି ମୃତ ପକ୍ଷୀ ଜବତ,୨କୋର୍ଟ ଚାଲାଣ।

utkalnews7
By
0


ଟାଙ୍ଗୀ,୩।୭,(ଉତ୍କଳ ନ୍ୟୁଜ୍୭) : ଚିଲିକାରେ କମିବାରେ ନାଁ ନେଉନି ପକ୍ଷୀ ଶିକାର । ସୁରକ୍ଷା ବ୍ୟବସ୍ଥା ଭେଦ କରି ଚାଲିଛି ଶୀକାର।ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ୍ୟପ୍ରାଣୀ ବନ୍ୟାଞ୍ଚଳ ରେଞ୍ଜ ଅଧିନ ଭୁଷଣ୍ଡପୁର ସେକ୍ସନ ସୁଭଦ୍ରାପୁର ଘେରି ନିକଟରେ ଗତକାଲି ଅପରାହ୍ନ ସମୟରେ ଭୂଷଣ୍ଡପୁର ବନ୍ୟପ୍ରାଣୀ ବିଭାଗର ଅଧିକାରୀମାନେ ପାଟ୍ରୋଲିଂ କରିବା ସମୟରେ ୧୪ଟି ମୃତ ପକ୍ଷୀ ଜବତ କରିବା ସହ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ ଯେ, ଭୂଷଣ୍ଡପୁର ସେକ୍ସନ ସୁଭଦ୍ରାପୁର ଘେରି ନିକଟରେ ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ବସ୍ତ ସୂତ୍ରରୁ ସୂଚନା ଚଢ଼ାଉ କରିବା ସହ ଦୁଇଜଣ  ପାଇ ପରେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି ଗିରଫ ବ୍ୟକ୍ତି ଦ୍ବୟ ହେଲେ ପୁରୀ ଜିଲ୍ଲା ଦେଇପୁର ଗ୍ରାମର  ସନ୍ତୋଷ କୁମାର ପାଲେଇ (୨୪)ବର୍ଷ ଓ ଗଡ଼ଖାରଦ ଗ୍ରାମର ଟୁଲୁ ପାଲେଇ (୨୭)ବର୍ଷ  ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ୧୩ଟି ମୃତ ଗ୍ରେ ହେଡ୍ ସ୍ୱାମ୍ପ କୁକୁଡା ଏବଂ ୧ ମୃତ ୱାଟର କକ୍ ପକ୍ଷୀ ଜବତ ହୋଇଥିବା ଜଣାପଡିଛି।ପକ୍ଷୀ ମାନଙ୍କର ମୃତ୍ୟୁ ବିଷ ଜନିତ ପ୍ରକ୍ରିୟାରୁ ହୋଇଥିବା ଅନୁମାନ କରୁଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ । ମୃତ ପକ୍ଷୀ ମାନଙ୍କୁ ପଞ୍ଚନମା ପାଇଁ ପଠାଇବା ସହ ଗିରଫ ବ୍ୟକ୍ତି ମାନଙ୍କୁ କୋର୍ଟ ଚାଲାଣ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବନ୍ୟାଞ୍ଚଳ ବିଭାଗ ଏନେଇ ଟାଙ୍ଗୀ ବନ୍ୟପ୍ରାଣୀ ବନ୍ୟାଞ୍ଚଳ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*