ରାସ୍ତା ପ୍ରଶସ୍ତିକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ : ବାଚସ୍ପତି।

utkalnews7
By
0



ଟାଙ୍ଗୀ,(ଉତ୍କଳ ନ୍ୟୁଜ୍୭),୧୨।୮ : ୧୬ନଂ ଜାତୀୟ ରାଜପଥରୁ ଟାଙ୍ଗୀ - ଚାନ୍ଦପୁର କୁ ସଂଯୋଗ କରୁଥିବା ୫ନଂ ଜାତୀୟ ରାଜପଥର ପ୍ରାୟ ୪କିଲୋମିଟର ରାସ୍ତାର ପ୍ରଶସ୍ତିକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବାଚସ୍ପତି , ସାଂସଦ ଓ ବିଧାୟକ।ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଦୁର୍ଗା ଚରଣ ଚିଲିକା ମହାବିଦ୍ୟାଳୟ ନିକଟରେ ଆଜି ଟାଙ୍ଗୀ-ଚାନ୍ଦପୁର ରାସ୍ତାର ପ୍ରଶସ୍ତିକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବାଚସ୍ପତି ତଥା ରଣପୁର ବିଧାୟିକା ଶ୍ରୀମତୀ ସୁରମା ପାଢୀ, ପୁରୀ ସାଂସଦ ସମ୍ବିତ ପାତ୍ର, ଭୁବନେଶ୍ବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଯୋଗ ଦେଇଥିଲେ।୧୪କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦ୍ବାରା ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଓ ରଣପୁର ନିର୍ବାଚନ ମଣ୍ଡଳୀର ଜନ ସାଧାରଣ ମାନେ ବହୁ ମାତ୍ରାରେ ଉପକୃତ ହେବା ନେଇ ମଞ୍ଚାସିନ ଅତିର୍ଥୀମାନେ ମତବ୍ୟକ୍ତ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*