ଉମରକୋଟ,(ଉତ୍କଳ ନ୍ୟୁଜ୍୭),୧୯/୮ : ଦାଦନ ଖଟିବାକୁ ଯାଇ ଜଣେ ଶ୍ରମିକର ଉମରକୋଟ ଉପ ଖଣ୍ଡ ଚିକିତ୍ସାଳୟ ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ୟୁ ଘଟିଛି ପରିବାର ଲୋକ ହତ୍ୟା ଅଭିଯୋଗ ଆଣି ରାଇଘର ଥାନାରେ ଏତଲା ଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଧୀନରେ। ମୃତ ଶ୍ରମିକ ଜଣକ ହେଲେ କଚରା ପାରା ପଞ୍ଚାୟତ ବରା ଡିହି ଗ୍ରାମର ଆସମନ ଗଣ୍ଡ(୨୭)। ମିଳିଥିବା ସୂଚନା ଅନୁସାରେ ଆସମନ ଚଳିତ ମାସ ୯ ତାରିଖ ଦିନ ଗ୍ରାମର ଛଅ ଯୁବକ ଙ୍କ ସହ ତାମିଲନାଡୁର ତ୍ରିଲୋଚନଗଡ କୁ ଯାଇଥିଲେ। ଏହି ସମସ୍ତେ ସେଠାରେ ଏକ ନଳକୂପ ଖନନ ଗାଡ଼ିରେ କାମ କରିବାକୁ। ଏମାନଙ୍କୁ ରାଇଘର ବ୍ଲକ ଛେଳି ଡଙ୍ଗରୀ ପଞ୍ଚାୟତର ଗାନ୍ଧି ନଗର ଗ୍ରାମର ଦଲାଲ ଜୟସିଂ ଗଣ୍ଡ ପଠାଇଥିଲେ।ଆସମନ ଯିବାର ଗୋଟିଏ ଦିନ ପରେ ଅର୍ଥାତ୍ ୧୦ ତାରିଖ ଦିନ ଆସମନ ଙ୍କ ସାନ ଭାଇ ଛବିର ଗଣ୍ଡ କୁ ଫୋନ ଆସିଲା ଯେ ଆସମନ ଙ୍କୁ ଗୁରୁତ୍ତର ଡାକ୍ତରଖାନାରେ ଅବସ୍ଥାରେ ଭର୍ତ୍ତି କରାଯାଇଛି । ଖବର ପାଇ ଛବିର ତାମିଲନାଡୁର ସଲାମ ଡାକ୍ତରଖାନାରେ ପହଞ୍ଚି ଥିଲେ। ଛବିର ଡାକ୍ତରଖାନାରେ ପହଞ୍ଚି ଆସମନ ଅବସ୍ଥା ଗୁରୁତର ଥିବାରୁ ବସ ଯୋଗେ ପଡୋଶୀ ଛତିଶଗଡ଼ ର କୋଣ୍ଡାଗାଁ କୁ ଆଣିଥିଲେ । ସେଠାରୁ ବାଇକ୍ ଯୋଗେ ବରା ଡିହି ଗ୍ରାମକୁ ଆଣିଥିଲେ।ଘରେ ଆସମନ ଅବସ୍ଥା ଗୁରୁତର ହେବାରୁ ୧୮ ତାରିଖରେ ଅପରାହ୍ନ ରେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଅପରାହ୍ନ ତିନିଟା ସମୟରେ ଆସମନ ମୃତ୍ୟୁ ଘଟିଥିଲା। ଏନେଇ ପରିବାର ଲୋକଙ୍କ ପକ୍ଷରୁ ଗତକାଲି ସନ୍ଧ୍ୟାରେ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିର୍ତ୍ତି କରି ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଆସମନ କୁ ମାଡ ମରାଯାଇଛି। ଯାହା ଫଳରେ ଆସମନ ଙ୍କ ଡାହାଣ ହାତରେ ବ୍ୟାଣ୍ଡଜ କପଡା ଲଗାଯାଇଥିଲା। ପରିବାର ଲୋକେ ଜିଲ୍ଲା ପ୍ରଶାସନକୁ ଗୁହାରୀ କରିଛନ୍ତି ଯେ ଆସମନ ମୃତ୍ୟୁର ପ୍ରକୃତ କାରଣ କଣ,ଆସମନ ମାଡ ଖାଇବା ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି ନା ଅନ୍ୟ କିଛି କାରଣ ଅଛି। କାରଣ ଆସମନ ବାହାରକୁ ଯାଇ ଦୁଇ ପଇସା ରୋଜଗାର କରି ନିଜେ ଗୋଡ଼ରେ ନିଜେ ଠିଆ ହେବାପାଇଁ। କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା।